Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ : ମୁଁ ଆଜି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି

Odisha

କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ : ମୁଁ ଆଜି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି

Jitendra Dash
Browse all articles by Jitendra Dash
·2 years ago·2 min read
କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ : ମୁଁ ଆଜି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କ୍ଷୋଭ ପ୍ରକାଶ । କହିଛନ୍ତି, ନା କୌଣସି କଥାରେ ମୋତେ ପଚାରୁଛନ୍ତି ନା କୌଣସି ପରାମର୍ଶ ନେଉଛନ୍ତି। ମୁଁ ବି ଆଜି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି । ଗୁଜରାଟ ସୁରତର ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମନ୍ଦିର ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଓ ପରିଚାଳନା କମିଟିକୁ ଜଗତଗୁରୁ ଟାର୍ଗେଟ କରିଥିବା ବେଳେ ଏଥର ମଧ୍ୟ ସେମାନେ ସଦାସର୍ବଦା ତାଙ୍କୁ ଅଣଦେଖା କରୁଥିବା କଥା କହିଛନ୍ତି । ସୁପ୍ରିମକୋର୍ଟ ଆଦେଶ ମୁତାବକ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଜଗତଗୁରୁଙ୍କ ପରାମର୍ଶ ଲୋଡିବାକୁ କହିଥିବା ବେଳେ ସବୁବେଳେ ତାଙ୍କୁ ଅଣଦେଖା କରାଯାଉଥିବା କଥା କହିଛନ୍ତି । ସେ ରତ୍ନଭଣ୍ଡାର ଖୋଲିବା କଥା ହେଉକି ଧାର୍ମିକ ପ୍ରସଙ୍ଗ କଥା ହେଉ କୌଣସି ପ୍ରସଙ୍ଗରେ ତାଙ୍କ ମତାମତ ଲୋଡା ଯାଉନଥିବା ଜଗତଗୁରୁ ପୂର୍ବରୁ ବାରମ୍ବାର କହିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ ଉପରେ ମଧ୍ୟ ଜଗତଗୁରୁ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦକ୍ଷିଣଦ୍ୱାର କେବଳ ତାଙ୍କ ପାଇଁ ଖୋଲା ହେବାକଥା ଜଗତଗୁରୁ କହିଥିବା ବେଳେ ସେ ଏବେ ଅଲୋଡା ହୋଇପଡିଛନ୍ତି ଓ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ତାଙ୍କଠାରୁ ଦୂରତା ଅବଲମ୍ବନ କରୁଥିବା କଥା ସେ କହିଛନ୍ତି । ସେପଟେ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭକୁ ଯଥାର୍ଥ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ପରିକ୍ରମା ପ୍ରକଳ୍ପ ବିଷୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯାଇନଥିବାରୁ ଓ କୌଣସି ଆଲୋଚନା କରାଯାଇନଥିବାରୁ ତୁରନ୍ତ ତାଙ୍କ ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ଆବଶ୍ୟକ ବୋଲି ବିନାୟକ ଦାସ ମହାପାତ୍ର ମତ ରଖିଛନ୍ତି । 


 

Sponsored
Puri Shankaracharya | Argus English