Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଏବେ ହରଡ଼ ଘଣାରେ ରାଜ୍ୟ ସରକାର

Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଏବେ ହରଡ଼ ଘଣାରେ ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଏବେ ହରଡ଼ ଘଣାରେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ପ୍ରସଙ୍ଗରେ ଏବେ ହରଡଘଣାରେ ରାଜ୍ୟ ସରକାର । ଭିତର ରତ୍ନ ଭଣ୍ଡାର ଛାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବର ଦାସ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବେ ରାଜ୍ୟ ସରକାରଙ୍କ ଆଗରେ କର ବା ମର ସ୍ଥିତି । ୮ ମାସ ହେବ କୋର୍ଟଙ୍କୁ ଭଣ୍ଡାଇ ଚାଲିଥିଲେ ରାଜ୍ୟ ସରକାର । ଏବେ ହାଇକୋର୍ଟ ଦେଇଛନ୍ତି ଶେଷ ସୁଯୋଗ । ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ ।

ଏ ପ୍ରସଙ୍ଗରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପରେ ୮ ମାସ ସମୟ ନେଇସାରିଲେଣି ରାଜ୍ୟ ସରକାର । ଏହା ମଧ୍ୟରେ ୬ ଟି ତାରିଖ ମଧ୍ୟ ଗଲାଣି । ହେଲେ ବିଭିନ୍ନ ବାହାନା ଦେଖାଇ କୋର୍ଟଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି  ବିଜେଡି ସରକାର । ଏବେ ପ୍ରଶ୍ନ ଉଠୁଛି କାହଁକି ରିପୋର୍ଟ ସାର୍ବଜନୀନ କରିବାକୁ ରାଜ୍ୟ ସରକାର ଏତେ ଡରୁଛନ୍ତି । ରିପୋର୍ଟ ପଦାକୁ ଆସିଲେ  ରତ୍ନଚୋରୀର ପୋଲ୍ ଖୋଲିଯିବ ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ । ସେପଟେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଅତି  ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୮ ଏପ୍ରିଲ୍ ୪ ତାରିଖରେ ଭିତର ରତ୍ନଭଣ୍ଡାର ଚାବି ହଜିବା କଥା ଜଣାପଡିବା ପରେ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ ହୋଇଥିଲା । ତେଣୁ ୨୦୧୮ ଜୁନ୍ ୬ ତାରିଖରେ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ଗଠନ କରିଥିଲେ । ୨୦୧୮ ନଭେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କୁ ୩୨୪ ପୃଷ୍ଠାର ଏକ ରିପୋର୍ଟ ଜଷ୍ଟିସ ରଘୁବୀର ଦାସ ପ୍ରଦାନ କରିଥିଲେ । କମିଶନ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୨୨ଲକ୍ଷ ଟଙ୍କା । ତେବେ ରାଜ୍ୟ ସରକାର ରିପୋର୍ଟକୁ ସାର୍ବଜନୀନ ନକରି ୫ ବର୍ଷ ହେଲା ଚାପି ରଖିଛନ୍ତି । ରିପୋର୍ଟ ସାର୍ବଜନୀନ ହେଲେ ରତ୍ନଭଣ୍ଡାର ଲୁଟ୍ ଘଟଣାରେ ଅନେକ ଅଧିକାରୀଙ୍କ ପୋଲ୍ ଖୋଲିଯିବ ବୋଲି ଚୁପ ରହିଛନ୍ତି ରାଜ୍ୟ ସରକାର ।

ରତ୍ନଭଣ୍ଡାର ଚାବି କେମିତି ହଜିଲା, ନା ଚାବି ହଜିବା କେବଳ ଏକ ନାଟକ ଥିଲା । ତାହା କେବଳ ଜଷ୍ଟିସ ରଘୁବୀର ଦାସ୍ ତଦନ୍ତ କମିଶନଙ୍କ ରିପୋର୍ଟ ଖୁଲାସା କରିପାରିବ। ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେଣୁ ରାଜ୍ୟ ସରକାର ରିପୋର୍ଟକୁ ସାମ୍ନାକୁ ଆଣିବେ ନା ଏହାକୁ ଟାଳିବା ପାଇଁ ଆଉ କିଛି ନୂଆ ଉପାୟ ଖୋଜିବେ ଏହା ଉପରେ ସମସ୍ତଙ୍କ ନଜର ।

Sponsored
puri ratna bhandar issue | Argus English