|
logo
Live

Argus News - ଝୋଟି ଚିତାରେ ଚମକିଲା ରଘୁରାଜପୁର ଗ୍ରାମ

Odisha

ଝୋଟି ଚିତାରେ ଚମକିଲା ରଘୁରାଜପୁର ଗ୍ରାମ

Jitendra Dash
Browse all articles by Jitendra Dash
·2 years ago·2 min read
ଝୋଟି ଚିତାରେ ଚମକିଲା ରଘୁରାଜପୁର ଗ୍ରାମ

ଅର୍ଗସ ବ୍ୟୁରୋ : ଚାଲିଛି ମାର୍ଗଶୀର ମାସ । ଏହି ମାସରେ ଘରେ ଘରେ ପୂଜା ପାଆନ୍ତି ମା' ଲକ୍ଷ୍ମୀ ଠାକୁରାଣୀ । ସେଥି ପାଇଁ ଚଳଞ୍ଚଳ ଓଡ଼ିଆଙ୍କ ଘରଦ୍ବାର । ସେଥି ପାଇଁ ତ ଓଡ଼ିଆ ଘର ବୋହୂ ସକାଳି ଉଠି ଘର ହୁଆର ମୁହଁରୁ ଆରମ୍ଭ କରି ଗାଁ ଦାଣ୍ଡରେ ପକାନ୍ତି  ଝୋଟି ଚିତା । ସେହି ଭଳି ଏକ ଐତିହ୍ୟ ଗ୍ରାମ ହେଉଛି ରଘୁରାଜପୁର । ଝୋଟି ଚିତାରେ ଚମକିଲା ଏହି ଗ୍ରାମ । ଦେଖୁନାହାନ୍ତି କେମିତି ଗ୍ରାମର ସବୁ  ଦୁଆର ମୁହଁରେ ଲିପା ହୋଇଛି ଗୋବର । ଗୋବରର ଆସ୍ତରଣ ଉପରେ ଅଙ୍କା ହୋଇଛି ଆଖି ଝଲସିଲା ଭଳି ଝୋଟି ଚିତା ।

ଯଦିଓ ମାଣବସା ଗୁରୁବାରରେ ଓଡ଼ିଆ ଘରର ସମସ୍ତ ପରିବାରର ମହିଳା ଏହି ଝୋଟି ଚିତା ଆଙ୍କିଥାନ୍ତି, କିନ୍ତୁ ଏଥର ପ୍ରତିଯୋଗିତା ମୂଳକ ଭାବରେ ରଘୁରାଜପୁର ଗାଁରେ  ମହିଳା ମାନେ ଏହି ଝୋଟି ଚିତା ଆଙ୍କି ଦେଇଛନ୍ତି । ପ୍ରତ୍ୟେକ ଝୋଟି ଚିତ୍ରରେ ରହିଛି ଓଡ଼ିଆତ୍ଵ । ଆଉ ପାରମ୍ପରିକ ପୀଠଉରେ ଗାଁର ମହିଳା ମାନଙ୍କ ହାତର ସ୍ପର୍ଶରେ ଫୁଟି ଉଠିଛି ସୁନ୍ଦର ସୁନ୍ଦର ଚିତ୍ରକଳା । ଓଡ଼ିଆ କଳାର ରହିଛି ସ୍ୱତନ୍ତ୍ର ପରିଚୟ । ଆଉ ଏହି ଉତ୍କର୍ଷତା ମଧ୍ୟରେ ରହିଛି ଓଡ଼ିଆ ଘରର ଝୋଟି ଚିତ୍ର । ଯାହା ପବିତ୍ର ମାଣବସା ଗୁରୁବାରରେ ପ୍ରତ୍ୟେକ ଓଡ଼ିଆ ଘରେ ଓ ଦାଣ୍ଡ ଦୁଆରେ ଅଙ୍କା ଯାଇଥାଏ । ହେଲେ ଏବେ ବଜାରରେ ଏହାର ବିକଳ୍ପ ମିଳିବା ଦ୍ଵାରା ବିଭିନ୍ନ ଷ୍ଟିକର ଠାରୁ ଆରମ୍ଭ କରି ଡାଇସ ମାଧ୍ୟମରେ ଚିତ୍ର ଆଙ୍କିବାକୁ ମନ ବଳାଉଛନ୍ତି  । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହେଲେ ପାରମ୍ପରିକ ଚିତାର ଯେଉଁ ଉତ୍କର୍ଷତା ରହିଛି ତାହା ମୋଉଳିବାକୁ ବସିଲାଣି । କିନ୍ତୁ ସେମାନଙ୍କୁ ଏନକରେଜ୍ କରିବା ପାଇଁ ଓଡ଼ିଆ ଲଳିତ କଳା ଏକାଡେମୀ ତରଫରୁ ଏଭଳି ପ୍ରତିଯୋଗିତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାଦ୍ଵାରା ପାରମ୍ପରିକ ଝୋଟି ଚିତାର ପ୍ରଚାର ପ୍ରସାର ହେବା ସହ ପ୍ରତ୍ୟେକ ଓଡ଼ିଆ ନାରୀ ଭିତରେ ଏହି ପରମ୍ପରାକୁ ଜାବୁଡ଼ି ରଖିବା ପାଇଁ ଆଗ୍ରହ ଜାତ ହେବ । ମାଣବସାର ପରମ୍ପରା ପ୍ରତ୍ୟକ ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ । ଯାହାର କାହାଣୀ ଲକ୍ଷ୍ମୀ ପୁରାଣର ଉପାଦେୟତା ହେତୁ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ଜାରି ରହିଛି । ଠିକ୍ ସେଇଭଳି ଏଇ ଉତ୍କର୍ଷ ସମ୍ପନ୍ନ ପାରମ୍ପରିକ ଝୋଟି ଚିତାର ମଧ୍ୟ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି ।
 

Sponsored
ଝୋଟି ଚିତାରେ ଚମକିଲା ରଘୁରାଜପୁର ଗ୍ରାମ | Argus English