|
logo
Live

Argus News - ଖ୍ରୀଷ୍ଟମାସ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ

Odisha

ଖ୍ରୀଷ୍ଟମାସ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ

Manini Pattanayak
Browse all articles by Manini Pattanayak
·2 years ago·1 min read
ଖ୍ରୀଷ୍ଟମାସ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ

 ପୂରୀ: ଖ୍ରୀଷ୍ଟମାସ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ। ପୁରୀ ଏସପି ଡଃ କନୱର ବିଶାଳ ସିଂଙ୍କ ନେତୃତ୍ବରେ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ଜାରୀ ରହିଛି। ଗତ ଦୁଇ ଦିନ ମଧ୍ୟରେ ବାସଳୀ ସାହି, କୁମ୍ଭାରପଡ଼ା ଓ ତାଳବଣିଆ ଥାନା ପୋଲିସ ଦ୍ବାରା ଚଢାଉ କରାଯାଇ ୧୪ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କୁମ୍ଭାରପଡ଼ା ପୋଲିସ ଦ୍ବାରା ୪ ଜଣ, ବାସଳୀ ସାହି ଥାନା ପୋଲିସ ଦ୍ବାରା ୫ ଜଣ ଓ ତାଳବଣିଆ ଥାନା ପୋଲିସ ଦ୍ବାରା ୫ ଜଣଙ୍କୁ ଗିରଫ କରାଯାଇଛି।

ସେମାନଙ୍କ ଠାରୁ ଦୁଇଟି ଜୀବନ୍ତ ବୋମା, ଭୁଜାଲି, ଛୁରୀ, ଖଣ୍ଡା, ୬ ଟି ଲୁହା ରଡ଼ ଜବତ ସହ ଖାଲି ବିୟର ବୋତଲ ଓ ଲଙ୍କାଗୁଣ୍ଡା ମଧ୍ୟ ଜବତ କରିଛି ପୋଲିସ। ସେହିପରି ବେଆଇନ ନିଶା କାରବାର ଅଭିଯୋଗରେ ୭ ଜଣ, ୨୨ ଜଣଙ୍କୁ ଜାମିନ ବିହୀନ ଗିରଫ ପରୱାନାରେ ମଧ୍ୟ ଗିରଫ କରାଯାଇଛି। ସିଆରପିସିର ୫୧୦ ଧାରାରେ ୨୬ ଜଣଙ୍କୁ ପିଆର ଦିଆଯାଇଛି। ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର ଏହି ସୂଚନା ଦେଇଛନ୍ତି।ଆଗକୁ ମଧ୍ୟ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ଏହି ଡ୍ରାଇଭ୍ ଜାରୀ ରହିବ ବୋଲି କହିଛନ୍ତି ଅତିରିକ୍ତ ଏସପି।


ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଖ୍ରୀଷ୍ଟମାସ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ | Argus English