Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଫି ବଗିଚା ସମ୍ମୁଖରେ ଅପମିଶ୍ରିତ ହଳଦୀ ଗୁଣ୍ଡ ବିକ୍ରି ନେଇ ଜନ ଅସନ୍ତୋଷ

Odisha

କଫି ବଗିଚା ସମ୍ମୁଖରେ ଅପମିଶ୍ରିତ ହଳଦୀ ଗୁଣ୍ଡ ବିକ୍ରି ନେଇ ଜନ ଅସନ୍ତୋଷ

Ritu Das
Browse all articles by Ritu Das
·2 years ago·1 min read
କଫି ବଗିଚା ସମ୍ମୁଖରେ ଅପମିଶ୍ରିତ ହଳଦୀ ଗୁଣ୍ଡ ବିକ୍ରି ନେଇ ଜନ ଅସନ୍ତୋଷ

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ରବିବାର ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଛି। ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମିଳିତ ଚଢ଼ାଉ କରିଥିଲେ। ପ୍ରଥମେ ଦାରିଙ୍ଗବାଡି଼କୁ ସ୍ୱତନ୍ତ୍ର ପରିଚୟ ଦେଇଥିବା କଫିବଗିଚା ସମ୍ମୁଖରେ ଉଠା ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା। ସରକାରୀ ଜମିରେ ଜବରଦସ୍ତ ଉଠାଦୋକାନୀ ମାନେ ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗରେ ଜରିମାନା କରାଯିବା ସହ ଜବରଦଖଲ ଉଚ୍ଛେଦ କରାଯାଇଥିଲା। 

ସେହିପରି ସେଠାରେ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସ୍ଥାନୀୟ ପାରମ୍ପରିକ ଜଙ୍ଗଲଜାତୀୟ ଦ୍ରବ୍ୟ ବିକ୍ରି କରିବା ସହ ଜୈବିକ କନ୍ଧମାଳ ହଳଦୀ ଗୁଣ୍ଡ ଓ ଗୋଟା ହଳଦୀ, କଫି, ମାଣ୍ଡିଆ ଚୁନା ଆଦି ବିକ୍ରି କରୁଥିବା ବେଳେ କିଛି ବ୍ୟବସାୟ ଚଞ୍ଚକତା କରି ଅତି ନିମ୍ମମାନର ଅପମିଶ୍ରିତ ହଳଦି ଗୁଣ୍ଡ ଆଦି ବିକ୍ରୀକୁ ମହିଳା ସ୍ୱୟଂ ସହାୟକ ସଂଘ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲା। କନ୍ଧମାଳ ହଳଦୀକୁ ନେଇ ଅପମିଶ୍ରଣ କାରୀଙ୍କ ପାଇଁ ଦାରିଙ୍ଗବାଡି ବଦନାମ ହେବା ସହ ପର୍ଯ୍ୟଟକ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ଏଥିରେ ପ୍ରଶାସନ ଆହୁରି ଦୃଢ଼ ପଦକ୍ଷେପ ନେବ ବୋଲି କହିବା ସହ କିଛି ବ୍ୟବସାୟିଙ୍କୁ ଜରିମାନା କରିଛି। କଫି ବଗିଚା ସମେତ ଡୁଲୁରୀ ପାଇନବଣ ଆଦି ଚଢ଼ାଉ କରିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Public dissatisfaction | Argus English