କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆସନ୍ତା ୧୦ରେ ବନ୍ଦ ଡାକରା
·2 years ago

ଅର୍ଗସ ବ୍ୟୁରୋ: ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ଦେବାକୁ ନେଇ ପ୍ରତିବାଦ। କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆସନ୍ତା ୧୦ ତାରିଖରେ ବନ୍ଦ ଡାକରା ଦିଆଯାଇଛି। କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ଜିଲ୍ଲାର ସଦର ମହକୁମାକୁ ରେଳ ଲାଇନ ସଂଯୋଗ। ତାହା ପାଇଁ ଘୋଷଣା କରାଗଲା। ଗତବର୍ଷ ପାର୍ଲାମେଣ୍ଟରେ ଏହି ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟ୍ ମଞ୍ଜୁର ହୋଇଥିଲା ।
ପ୍ରକଳ୍ପର ସର୍ଭେ ପାଇଁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସର୍ଭେ ସଂସ୍ଥା ମାଧ୍ୟମରେ ସର୍ଭେ କାମ ଆରମ୍ଭ ହେଲା । କିନ୍ତୁ ବିଡ଼ମ୍ବନା କିଛି ମାସ ତଳେ ପୂର୍ବ ପ୍ରଦର୍ଶିତ ମ୍ୟାପ ପରିବର୍ତ୍ତେ ଏହି ପ୍ରକଳ୍ପରୁ ଫୁଲବାଣୀକୁ କାଟି ଦେଇ ଭଞ୍ଜନଗରଠାରୁ ମାଧପୁର ପାଖାପାଖକୁ ମୋଡି ଦିଆଗଲା । ଯାହାକି କନ୍ଧମାଳବାସୀଙ୍କ ରେଳପଥ ସ୍ପପ୍ନ ଧୂଳିସାତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: