|
logo
Live

Argus News - ମଣ୍ଡିରେ କଟନୀଛଟନୀ ଏବଂ ଦଲାଲି ରାଜକୁ ବିରୋଧ: ନବନିର୍ମାଣ କୃଷକ ସଂଗଠନ

Odisha

ମଣ୍ଡିରେ କଟନୀଛଟନୀ ଏବଂ ଦଲାଲି ରାଜକୁ ବିରୋଧ: ନବନିର୍ମାଣ କୃଷକ ସଂଗଠନ

Banajyotshna Ray
Browse all articles by Banajyotshna Ray
·2 years ago
ମଣ୍ଡିରେ କଟନୀଛଟନୀ ଏବଂ ଦଲାଲି ରାଜକୁ ବିରୋଧ: ନବନିର୍ମାଣ କୃଷକ ସଂଗଠନ

ଅର୍ଗସ ବ୍ୟୁରୋ:  ନୟାଗଡ଼ରେ କଟନୀଛଟନୀକୁ ନେଇ ପୁଣି ଚାଷୀଙ୍କ ଜୋରଦାର ପ୍ରତିବାଦ l ବାରମ୍ବାର ଆନ୍ଦୋଳନ ପରେ ବି ବନ୍ଦ ହେଉନି କଟନୀଛଟନୀ l ଗତ ମାସ ୫ ତାରିଖରେ ଚାଷୀମାନେ ଆନ୍ଦୋଳନ କରିଥିଲେ l କଟନୀଛଟନୀ ବନ୍ଦ ପାଇଁ ସ୍କ୍ୱାର୍ଡ଼ ଗଠନ ସହ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ l ହେଲେ ପୁଣି ମଣ୍ଡିରେ କଟନୀଛଟନୀ କରାଯାଉଛି l

ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମଣ୍ଡିରେ କଟନୀଛଟନୀ ଏବଂ ଦଲାଲି ରାଜକୁ ବିରୋଧ କରାଯାଇଛି l ସବୁ ବର୍ଷ ନୟାଗଡ଼ ଜିଲ୍ଲାରେ ମଣ୍ଡିରେ ୮ରୁ 10 କେଜି ଧାନ କଟନୀଛଟନୀ କରାଯାଉଛି l ଏହାର ପ୍ରତିବାଦରେ ଆଜି ଚାଷୀ ମାନେ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣା ଦେବା ସହ ନାରାବାଜି କରିଥିବା ଦେଖିବାକୁ ମିଳିଛି I

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମଣ୍ଡିରେ କଟନୀଛଟନୀ ଏବଂ ଦଲାଲି ରାଜକୁ ବିରୋଧ: ନବନିର୍ମାଣ କୃଷକ ସଂଗଠନ | Argus English