|
logo
Live

Argus News - ଓଡ଼ିଆ ବିଶ୍ବବିଦ୍ୟାଳୟ, ଭାଷା ସମ୍ମିଳନୀ ନାଁରେ ରାଜ୍ୟ ସରକାରଙ୍କ ପ୍ରଚାର

Odisha

ଓଡ଼ିଆ ବିଶ୍ବବିଦ୍ୟାଳୟ, ଭାଷା ସମ୍ମିଳନୀ ନାଁରେ ରାଜ୍ୟ ସରକାରଙ୍କ ପ୍ରଚାର

Manini Pattanayak
Browse all articles by Manini Pattanayak
·2 years ago·3 min read
ଓଡ଼ିଆ ବିଶ୍ବବିଦ୍ୟାଳୟ, ଭାଷା ସମ୍ମିଳନୀ ନାଁରେ ରାଜ୍ୟ ସରକାରଙ୍କ ପ୍ରଚାର

ଭୁବନେଶ୍ୱର:  ଓଡ଼ିଆ ବିଶ୍ବବିଦ୍ୟାଳୟ, ଭାଷା ସମ୍ମିଳନୀ ନାଁରେ ରାଜ୍ୟ ସରକାରଙ୍କ ପ୍ରଚାର। ଅନ୍ୟପଟେ ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସବୁ ସୀମାରେ ସଂକଟରେ ଓଡ଼ିଆ ଭାଷା। ଓଡ଼ିଆ ଭାଷାକୁ ବିଲୁପ୍ତ କରି ସୀମା ଦଖଲ ପାଇଁ ପଡ଼ୋଶୀ ରାଜ୍ୟଙ୍କ ଲଗାତାର ଷଡ଼ଯନ୍ତ୍ର। ବିଜେଡି ନେତାଙ୍କ ପାଟିରେ ଓଡ଼ିଆ ଅସ୍ମିତା, ଗ୍ରାଉଣ୍ଡ ଜିରୋରେ ଅସ୍ମିତାକୁ ହତ୍ୟା। ଯେତେ ମିଛ ପ୍ରଚାର କଲେ ଲୁଚିଯିବ କି 24 ବର୍ଷ ସରକାରର ଅପାରଗତା ?  ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ହେଉ କି ପଶ୍ଚିମବଙ୍ଗ। ଏ ସବୁ ରାଜ୍ୟର ସୀମାକୁ ଲାଗିଥିବା ଓଡ଼ିଶାର ଗାଁ ଗୁଡ଼ିକରେ ଏବେ ସଂକଟରେ ପଡ଼ିଛି ଓଡ଼ିଆ ଭାଷା। ଗୋଟିଏ ପଟେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରି ବାହାବାଃ ନେଉଛନ୍ତି ଓଡ଼ିଶା ସରକାର। ପୁଣି ଫେବ୍ରୁଆରୀରେ ଭାଷା ସମ୍ମିଳନୀ କରିବାକୁ ପ୍ରସ୍ତୁତି କରୁଛନ୍ତି, ଏତିକି ବେଳେ ରାଜ୍ୟର ସୀମାବର୍ତ୍ତୀ ତିନିଟି ସ୍ଥାନରୁ ଆସିଥିବା ଏ ତିନିଟି ଚିତ୍ର ଖୋଲିଦେଇଛି ବିଜେଡି ସରକାରଙ୍କ ମିଛ ପ୍ରଚାରର ପୋଲ୍। 

ଓଡ଼ିଶା ଭାଷା ପ୍ରତି ବିପଦ ସୃଷ୍ଟି କରିଥିବା ଏ ପ୍ରଥମ ଚିତ୍ର ହେଉଛି କୋରାପୁଟ ଜିଲ୍ଲା କୋଟିଆର। ଇଏ ସେହି କୋଟିଆ ଯେଉଁଠି ଓଡ଼ିଶା ସରକାରଙ୍କ ଅବହେଳା ଓ ଅପାରଗତା ଯୋଗୁଁ ବାରମ୍ବାର ଅନୁପ୍ରବେଶ କରି ହାକିମାତି କରୁଛି ଆନ୍ଧ୍ରପ୍ରଦେଶ। ଏବେ ସୀମା ଟପିଛି ପଡ଼ୋଶୀ ରାଜ୍ୟ। କୋଟିଆ ଅଞ୍ଚଳର ଉପରସେମ୍ବି, ତଳସେମ୍ବି, ନେରଡ଼ିୱାଲସା ଅଞ୍ଚଳର ଶହ ଶହ ଓଡ଼ିଆ ପିଲାଙ୍କୁ ଆନ୍ଧ୍ରପ୍ରଦେଶର ତେଲୁଗୁ ମାଧ୍ୟମ ସ୍କୁଲରେ ପାଠ ପଢ଼ିବାକୁ ଗାଡ଼ିରେ ବୋହି ନେଉଛନ୍ତି। ଏଥିପାଇଁ ସକ୍ରିୟ ହୋଇଉଠିଛନ୍ତି ଆନ୍ଧ୍ରର ଶିକ୍ଷକ ଓ ଏଜେଣ୍ଟ।   ଏତିକି ନୁହେଁ ଆନ୍ଧ୍ର ଦାଦାଗିରିର ବୟାନ କରୁଛି ଅର୍ଗସ୍ ହାତରେ ଲାଗିଥିବା ଏ ଏକ୍ସକ୍ଲୁସିଭ୍ ଚିତ୍ର। କୋଟିଆ ପଞ୍ଚାୟତ ଧୂଳିପଦର ଗାଁରେ ପୁଣି ଉଡୁଛି ଆନ୍ଧ୍ରର ଦଳୀୟ ପତାକା। ଗାଁ ଛକରେ ଲଗାଯାଇଛି ୱାଇଏସଆର୍ କଂଗ୍ରେସର ଏ ପତାକା ସହ ଜାତୀୟ ପତାକା। କୋଟିଆରେ ଆନ୍ଧ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଯୋଜନା ରଖାଯାଇଥିବା କୁହାଯାଉଛି।  ଇଏ ହଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇର ଶଙ୍ଖାମେଦି ଗାଁ। ସୀମା ବିବାଦରେ ପେଶି ହେଉଛନ୍ତି ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଏ ଗାଁର ଲୋକେ। ଏଠି ଓଡିଶା ସରକାରଙ୍କ ପକ୍ଷରୁ ପ୍ରଥାମିକ ସ୍କୁଲ ଓ ଅଙ୍ଗନ ବାଡ଼ି କେନ୍ଦ୍ର ଅଛି, ଶିକ୍ଷକ ବି ନିଯୁକ୍ତି ହୋଇଛନ୍ତି। କିନ୍ତୁ ଠିକ୍ ଭାବେ ଚାଲୁନି ସ୍କୁଲ। କେଉଁ ଶ୍ରେଣୀ ଗୃହରେ ତାଲା ପଡିଛି ତ ଆଉ କେଉଁ କ୍ଲାସ୍ ରୁମ୍ ଫାଙ୍କା । 5ଟି ଶ୍ରେଣୀରେ ନାମ ଲେଖାଇଛନ୍ତି ମାତ୍ର 38 ପିଲା।

କାରଣ ହେଲା ଏଠାକାର ଓଡ଼ିଆ ପିଲାମାନେ ପଶ୍ଚିମବଙ୍ଗର ବଙ୍ଗଳା ମାଧ୍ୟମ ସ୍କୁଲରେ ପାଠ ପଢୁଛନ୍ତି। ଗାଁ ଲୋକଙ୍କ ଅନୁସାରେ ସେମାନଙ୍କ ସମସ୍ୟା ବୁଝୁନାହାନ୍ତି ଓଡ଼ିଶା ସରକାର। ଏଣୁ ଓଡ଼ିଆ ପଢ଼ାଇଲେ ପିଲାଙ୍କ ଭବିଷ୍ୟତ ହେବ ଅନ୍ଧକାର। ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ବଙ୍ଗଳା ଭାଷାର ପ୍ରସାର ପାଇଁ ଓଡ଼ିଆ ପିଲାଙ୍କୁ ବହୁ ସୁବିଧା ସୁଯୋଗ ଦେଉଛନ୍ତି।  ଇଏ ହେଉଛି ଝାଡ଼ଖଣ୍ଡ ପୂର୍ବସିଂହଭୁମ ଜିଲ୍ଲା ବହରାଗୋଡାରେ ଥିବା ଓଡ଼ିଆ ସ୍କୁଲ। ୧୯୩୮ ମସିହାରେ ସ୍ଥାପିତ ଏହି ସ୍କୁଲରୁ ପ୍ରଥମରୁ ଦଶମ ଯାଏଁ ୧୩୫ରୁ ଅଧିକ ପିଲା ପାଠ ପଢନ୍ତି । କିନ୍ତୁ ଏ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି, ପିଲାଙ୍କୁ ମିଳୁନାହିଁ ପାଠ୍ୟ ପୁସ୍ତକ, ବହୁ ପୁରାତନ ସଂସ୍କରଣର ଓଡ଼ିଆ ବହିକୁ ଜେରେକ୍ସ କରି ପଢୁଛନ୍ତି ଛାତ୍ରଛାତ୍ରୀ। ସ୍କୁଲରେ ଓଡ଼ିଆ ଶିକ୍ଷକ ନ ଥିବାରୁ ପିଲା ହିନ୍ଦି ଭାଷାରେ ଉତ୍ତର ଲେଖୁଛନ୍ତି। ଏ ଅଞ୍ଚଳରେ ପ୍ରାୟ ସବୁ ବାସିନ୍ଦା ଓଡ଼ିଆ ଭାଷାଭାଷୀ, ଏ ଅଞ୍ଚଳର ମାତୃଭାଷା ବି ଓଡ଼ିଆ,  ହେଲେ ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠି ଓଡ଼ିଆ ଭାଷା ଏବେ ସଂକୁଚିତ ହେବାରେ ଲାଗିଛି। ସ୍ବାଧୀନତା ପରେ ଏ ଅଞ୍ଚଳ ଓଡିଶା ପ୍ରଦେଶର ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ହେଲେ ନିଜ ମାତୃଭାଷା ବଞ୍ଚାଇ ରଖିବାକୁ ଏଠାକାର ଲୋକେ ସଂଘର୍ଷ କରୁଛନ୍ତି। ଓଡ଼ିଶା ସୀମାନ୍ତବର୍ତ୍ତୀ ଏ ସବୁ ଅଞ୍ଚଳର ସ୍ଥିତି ଦର୍ଶାଉଛି କେମିତି ଓଡ଼ିଶା ସରକାରଙ୍କ ଅବହେଳା ଓ ଅପାରଗତା ଯୋଗୁଁ ସଂକଟରେ ପଡ଼ିଛି ଓଡ଼ିଆ ଭାଷା। ଓଡ଼ିଆ ଅସ୍ମିତାର ଅପମାନ ହେଉଛି। କିନ୍ତୁ ପ୍ରଶ୍ନ ହେଲା ଓଡ଼ିଆ ଅସ୍ମିତାର କଥା କହୁଥିବା ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଇଛନ୍ତି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
ଓଡ଼ିଆ ବିଶ୍ବବିଦ୍ୟାଳୟ, ଭାଷା ସମ୍ମିଳନୀ ନାଁରେ ରାଜ୍ୟ ସରକାରଙ୍କ ପ୍ରଚାର | Argus English