|
logo
Live

Argus News - ଓଡିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସୁରେଶ ମହାପାତ୍ରଙ୍କ ପଦୋନ୍ନତି

Odisha

ଓଡିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସୁରେଶ ମହାପାତ୍ରଙ୍କ ପଦୋନ୍ନତି

Jitendra Dash
Browse all articles by Jitendra Dash
·2 years ago·2 min read
ଓଡିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସୁରେଶ ମହାପାତ୍ରଙ୍କ ପଦୋନ୍ନତି

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଶ୍ରୀ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ଏହି ପ୍ରକାର ନିଯୁକ୍ତି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କର ସମ୍ପୂର୍ଣ୍ଣ ଇଛାଧୀନ । କିନ୍ତୁ ଗତ କିଛିଦିନ ଧରି ଶ୍ରୀ ମହାପାତ୍ର ଅଧ୍ୟକ୍ଷ ଥିବା ବିଦ୍ୟୁତ ନିୟାମକ ଆୟୋଗରେ ଦେଖାଯାଇଥିବା କିଛି ଅସଙ୍ଗତି ଏହି ନୂତନ ନିଯୁକ୍ତି ସମ୍ବନ୍ଧରେ ପ୍ରଶ୍ନବାଚୀ ଠିଆ କରାଇଛି । ରାଜ୍ୟ ସରକାର ଏ ବାବଦରେ ଜନସାଧାରଣଙ୍କ ନିକଟରେ ନିଜ ଉତର ରଖିବା ଆବଶ୍ୟକ । ପ୍ରଥମତଃ ସୁନ୍ଦରଗଡ ଜିଲ୍ଲାର ତଲାବିରା ବିଦ୍ୟୁତ ପ୍ରକଳ୍ପରୁ ଓଡ଼ିଶା ୧୬ଶହ ମେଗାୱାଟ ଶସ୍ତା ଦରର ବିଜୁଳି ପାଇବା ପାଇଁ ହକଦାର । କିନ୍ତୁ ଓଡ଼ିଶାକୁ ମାତ୍ର ୮ଶହ ମେଗାୱାଟ ବିଦ୍ୟୁତ ପ୍ରଦାନ କରି ତାମିଲନାଡୁକୁ ୧୫ଶହ ମେଗାୱାଟ ବିଦ୍ୟୁତ ଯୋଗାଣ ସକାଶେ ରାଜ୍ୟ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି । ଏହା କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ୨୦୨୧କୁ ଉଲଘଂନ କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବେଆଇନ ଚ୍ୟୁକ୍ତିକୁ ତର୍ଜମା, ନିୟନ୍ତ୍ରଣ ଓ ଆବଶ୍ୟକ ହେଲେ ରଦ୍ଦ କରିବାର କ୍ଷମତା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ରହିଛି । କେନ୍ଦ୍ରୀୟ ବିଦ୍ୟୁତ ଆଇନ ଧାରା ୮୬(୧)(ଖ) ଓ (ଘ)ରେ ଏହାର ବ୍ୟବସ୍ଥା ରହିଛି । କିନ୍ତୁ ଶ୍ରୀ ମହାପାତ୍ର ଏହି କ୍ଷମତାର ସଦୁପଯୋଗ କଲେ ନାହିଁ । ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଲେ । ୧୫ନିୟୁତ ଟନ୍ କୋଇଲା ଦହନର ପ୍ରଦୂଷଣରେ ଛଟପଟ ହେଲା ଓଡିଶା । କିନ୍ତୁ ଓଡ଼ିଶାର ଜନସାଧାରଣ ଶସ୍ତା ବିଜୁଳି ପାଇବାରୁ ବଂଚିତ ହେଲେ । ସେହି କାରଣରୁ ଶ୍ରୀ ମହାପାତ୍ରଙ୍କୁ ପୁରସ୍କୃତ କରାଗଲା କି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଦ୍ୟୁତ ନିୟାମକ ଆୟୋଗର ନିର୍ଦ୍ଦେଶକୁ ଅମାନ୍ୟ କରି ବିତରଣକାରୀ ସଂସ୍ଥା ଓଡ଼ିଶା ଜନସାଧାରଣଙ୍କଠାରୁ ତ୍ରୁଟିପୂର୍ଣ୍ଣ ବିଲ୍ ଜରିଆରେ ୫ହଜାର କୋଟି ଟଙ୍କା ଅଧିକ ଆଦାୟ କରିନେଇଥିଲା । କେନ୍ଦ୍ରୀୟ ବିଦ୍ୟୁତ ଆଇନର ଧାରା ୬୨(୩)(୬) ଅନୁଯାୟୀ ଏହି ଅର୍ଥ ସମୁଳସୁଧ ଜନସାଧାରଣଙ୍କୁ ଫେରାଇବା ଆବଶ୍ୟକ । ବିଭିନ୍ନ ଗ୍ରାହକ ସଂସ୍ଥାଙ୍କର ଆବେଦନ ସତ୍ୱେ ଶ୍ରୀ ମହାପାତ୍ର କିଛି ପଦକ୍ଷେପ ନେଲେ ନାହିଁ । ବେସରକାରୀ ବିତରଣକାରୀ ସଂସ୍ଥା ଅନ୍ୟାୟଭାବେ ୫ହଜାର କୋଟି ଟଙ୍କା ଲୁଟ୍ କଲା । ଶ୍ରୀ ମହାପାତ୍ରଙ୍କ ସେହି ଦକ୍ଷତା କାରଣରୁ ସେ ପୁରସ୍କୃତ ହୋଇଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । 

Sponsored
ଓଡିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସୁରେଶ ମହାପାତ୍ରଙ୍କ ପଦୋନ୍ନତି | Argus English