|
logo
Live

Argus News - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ, SCB ରେ ଭର୍ତ୍ତି

Odisha

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ, SCB ରେ ଭର୍ତ୍ତି

Smruti Parija
Browse all articles by Smruti Parija
·2 years ago·1 min read
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ, SCB ରେ ଭର୍ତ୍ତି

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ । କଟକ ବଡ ମେଡିକାଲରେ ଭର୍ତ୍ତି । ଏସସିବିର ମେଡିସନ ବିଭାଗର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି ।  ଅବସ୍ଥା ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ଏସସିବି କୁଳ ସଚିବ ଡଃ ଅଭିନାଶ ରାଉତ । 

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସମୟରେ ମୁଣ୍ଡରେ ଆଘାତ କାରଣରୁ ତାଙ୍କୁ ପ୍ରଥମେ ଯାଜପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ଯାଜପୁରରୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । 

ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ଉଚ୍ଚ ରକ୍ତ ଚାପ ଚିହ୍ନଟ ହେବା ପରେ ତାଙ୍କୁ ମେଡିସନ ଆଇସିୟୁରେ ଭର୍ତ୍ତି କକରାଯାଇଛି । ବିଭାଗୀୟ ମୁଖ୍ୟ ସରୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଗଠନ ହୋଇଥିବା ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଅଛନ୍ତି । ତାଙ୍କ ବୟସ ୧୦୧ ବର୍ଷ । 4 ଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ସେ । ତେବେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ  ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଏସସିବି କୂଳ ସଚିବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ, SCB ରେ ଭର୍ତ୍ତି | Argus English