|
logo
Live

Argus News - 'ଶ୍ରୀମନ୍ଦିର ସହ ନଖେଳୁ ନବୀନ ସରକାର'

Odisha

'ଶ୍ରୀମନ୍ଦିର ସହ ନଖେଳୁ ନବୀନ ସରକାର'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
'ଶ୍ରୀମନ୍ଦିର ସହ ନଖେଳୁ ନବୀନ ସରକାର'

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରକୁ ହିନ୍ଦୀ ବ୍ଲଗର କାମିଆ ଜାନି ଆସିବା ଲାଗି ପ୍ରାୟ ୧୮ କୋଟି ଟଙ୍କା ନେଇଛନ୍ତି । ଏମିତିକି ସେ ହଠାତ୍‌ ନୁହେଁ ବରଂ ପୂର୍ବରୁ ମାଷ୍ଟର ପ୍ଲାନ ସହ ଆସିଛନ୍ତି । ସେଇଥି ଲାଗି ତ ଫାଇଭ-ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଚେୟାରମ୍ୟାନ ପାଣ୍ଡିଆନ ଭୋର ସମୟରୁ ହିଁ କାମିଆଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇଥିଲେ । ହେଲେ ଏତେ ପରିମାଣର ଟଙ୍କା ରାଜସ୍ଵରୁ ଖର୍ଚ୍ଚ କରି କାହିଁକି ଜଣେ ବିଧର୍ମୀଙ୍କୁ ମନ୍ଦିରରେ ପୂରାଇଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ସଂସ୍କୃତି ଓ ପରମ୍ପରା ସହ ସାଙ୍ଘାତିକ ଖେଳ ଖେଳୁଛନ୍ତି ନବୀନ ସରକାର । ପୁରୀରେ ଯେମିତି ଭିଭିଆଇପି କଲଚରରେ ଦର୍ଶନ ହେଉଛି ତାହା ଆଦୌ ଠିକ୍‌ ନୁହେଁ । ବରଂ ଚାରିଦ୍ଵାର ଖୋଲିକି ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା ହେବା ଦରକାର ବୋଲି କହିଛନ୍ତି ପ୍ରିୟଦର୍ଶନ ।

ସାଢେ ଚାରିକୋଟି ଓଡ଼ିଆଙ୍କର ପ୍ରାଣର କେନ୍ଦ୍ର ହେଉଛି ଶ୍ରୀମନ୍ଦିର । ହେଲେ ଏବେ ସେହି ମନ୍ଦିର ଉପରେ ସରକାରଙ୍କର ରହିଛି ଲୋଲୁପ ନଜର । ତେଣୁ ମନ୍ଦିରକୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ ବି ହେଉଛି । କିନ୍ତୁ କାମିଆଙ୍କୁ ଆଣିବାକୁ ଯେମିତି ଭାବରେ ରାଜସ୍ଵ ତହବିଲରୁ ପାଣି ପରି ଅର୍ଥ ଖର୍ଚ୍ଚ କଲେ ସରକାର ତାହା ନିଶ୍ଚୟ ଆତ୍ମଚିନ୍ତନର ବିଷୟ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
'ଶ୍ରୀମନ୍ଦିର ସହ ନଖେଳୁ ନବୀନ ସରକାର' | Argus English