Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜନ୍ମମାଟି ରାଇରଙ୍ଗପୁର ଆସିବେ ମହାମହିମ

Odisha

ଜନ୍ମମାଟି ରାଇରଙ୍ଗପୁର ଆସିବେ ମହାମହିମ

Banajyotshna Ray
Browse all articles by Banajyotshna Ray
·2 years ago
ଜନ୍ମମାଟି ରାଇରଙ୍ଗପୁର ଆସିବେ ମହାମହିମ

ଅର୍ଗସ ବ୍ୟୁରୋ:  ଜନ୍ମମାଟି ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ରାଇରଙ୍ଗପୁର ଗସ୍ତ। ରାଇରଙ୍ଗପୁର ସବଡିଭିଜନାଲ ପୋଷ୍ଟ ଅଫିସ ଏବେ ଡିଭିଜନାଲ ପୋଷ୍ଟ ଅଫସରେ ପରିଣତ ହେବ। ନୂଆ ପୋଷ୍ଟ ଅଫିସର ଉଦଘାଟନ କରିବେ ରାଷ୍ଟ୍ରପତି । ଯେଉଁ କାମ ପାଇଁ ରାଇରଙ୍ଗପୁର ବାସୀଙ୍କୁ ବାରିପଦା ଯିବାକୁ ପଡୁଥିଲା ସେହି କାମ ଏବେ ରାଇରଙ୍ଗପୁରରେ ହୋଇପାରିବ । ଏଥିପାଇଁ ଖୁସିରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ୍ ଦେଇଛନ୍ତି ରାଇରଙ୍ଗପୁର ବାସିନ୍ଦା।

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ଘର। ରାଇରଙ୍ଗପୁର ଗସ୍ତ ଅବସରରେ ସେ ଘରକୁ ମଧ୍ୟ ଆସିବେ। ଯଦିଓ ରାଷ୍ଟ୍ରପତି ଭାବେ ତାଙ୍କର ଖାଦ୍ୟପେୟର ବ୍ୟବସ୍ଥା ସ୍ବତନ୍ତ୍ର ଭାବେ କରାଯିବ। ତଥାପି ଘରେ ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପରିବାର ଲୋକଙ୍କ ସହ ସମ୍ପର୍କୀୟମାନେ ମଧ୍ୟ ଘରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Droupadi Murmu to visit Rairangpur | Argus English