ପାରାଦୀପ ଆସୁଛନ୍ତି ମାଡାମ ପ୍ରେସିଡେଣ୍ଟ

ଅର୍ଗସ ବ୍ୟୁରୋ: ପାରାଦୀପ ଆସୁଛନ୍ତି ମାଡାମ ପ୍ରେସିଡେଣ୍ଟ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି। ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟର ମକଡ୍ରିଲ୍ କରିଛି।
୨୭ରେ ଆସୁଛନ୍ତି ମହାମହିମ, ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଦେବେ ଯୋଗଦାନ
କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂ ଗତକାଲି ପାରାଦୀପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଜି ସ୍ପଟ୍ ରିହର୍ସଲ କରିବ ପୁଲିସ। ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ମୁତୟନ ରହିବେ ପୋଲିସ ଫୋର୍ସ । ସକାଳ 10ଟାରେ ଗୋପବନ୍ଧୁ ଷ୍ଟାଡିୟମରେ ହେଲିପ୍ୟାଡରୁ ଅବତରଣ ପରେ ସ୍ବତନ୍ତ୍ର ବ୍ୟାରିକେଟରେ ପାରାଦୀପ ବନ୍ଦରର 4 ନମ୍ବର ଗେଟରେ ପ୍ରବେଶ କରିବେ ରାଷ୍ଟ୍ରପତି। ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦାନ କରିବେ। ମଧ୍ୟାହ୍ନରେ ନେହରୁ ବଙ୍ଗଳାରେ କିଛି ମତ୍ସ୍ୟଜୀବୀଙ୍କୁ ଭେଟିବେ ରାଷ୍ଟ୍ରପତି ।