Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତାକାଲି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Odisha

ଆସନ୍ତାକାଲି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Ritu Das
Browse all articles by Ritu Das
·2 years ago·2 min read
ଆସନ୍ତାକାଲି ମୟୂରଭଞ୍ଜ  ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ବାରିପଦା ସମେତ ରାଇରଙ୍ଗପୁରରେ ଜୋରଦାର୍ ପ୍ରସ୍ତୁତି । "ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ"ର ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ମହାମହିମ । ଏଥିସହ "ପାଣିଜିଆଠାରେ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ ସ୍କୁଲର ଶୁଭ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ଜନ୍ମମାଟିକୁ ଆସୁଛନ୍ତି ମହାମହିମ । ସ୍ବାଗତ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।  ସଜେଇ ହୋଇଛି ବାରିପଦା ସମେତ ରାଇରଙ୍ଗପୁର। ବାରିପଦାରେ ପହଞ୍ଚିବା ପରେ ଦାଣ୍ଡବୋଷରେ ଆୟୋଜିତ "ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ"ର ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ମହାମହିମ। ଏହାପରେ କୁଳିଅଣା ନିକଟ "ପାଣଜିଆ" ଠାରେ "ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ"ର କରିବେ ଶୁଭ ଉଦଘାଟନ । ସେହିପରି ମହାମହିମଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ପାହାଡ଼ପୁର । ଲାଗିଛି ହୋଡିଂ, ଘରେ ଘରେ ଝୋଟିର ଚିତ୍ର। ଘଞ୍ଚ ଜଙ୍ଗଲ ଭିତରେ ମ୍ୟାଡାମ ପ୍ରେସିଡେଣ୍ଟ ତିଆରି କରିଥିବା ସ୍କୁଲ ମଧ୍ୟ ନବବଧୁ ଭଳି ସଜେଇ ହୋଇଛି। ୨୧ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ମୁର୍ମୁ ଛକରେ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାସହ ଏଲଆଣ୍ଡଟି ପକ୍ଷରୁ ନିର୍ମାଣ ହୋଇଥିବା ସ୍କିଲ ଟ୍ରେନିଂ ସେଣ୍ଟର ଉଦଘାଟନର ରହିଛି କାର୍ଯ୍ୟକ୍ରମ। ଏସ୍.ଏଲ୍.ଏସ୍. ମେମୋରିଆଲ ରେସିଡେନସିଆଲ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ। 

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାଦାମପାହାଡ଼ ଷ୍ଟେସନ ମଧ୍ୟ ସଜେଇ ହୋଇଛି। ସକାଳ ୦୯ଟା ୩୫ରୁ ୧୦ଟା ୪୫ ଭିତରେ ୩ଟି ନୂଆ ଏକ୍ସପ୍ରେସ ଟ୍ରେନର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି। ବାଦାମପାହାଡ଼ରୁ ଟ୍ରେନରେ ଛୋଟ ପିଲାଙ୍କ ସହ ୪୦ମିନିଟର ଟ୍ରେନ ଯାତ୍ରା କରି ରାଇରଙ୍ଗପୁର ରେଳ ଷ୍ଟେସନରେ ପହଞ୍ଚିବେ ମହାମହିମ ।  ପରେ ପରେ ରାଇରଙ୍ଗପୁର ପୋଷ୍ଟଲ ଡିଭିଜନର ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ। ମୟୂରଭଞ୍ଜ ପରେ ୨୨ ତାରିଖ ଦିନ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ ନୂତନ ଭାରତ ନୂତନ ଶିକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୧ ତାରିଖ ମଧ୍ୟାହ୍ନରେ ବୁର୍ଲା MCL ହେଲିପେଡରେ ଓହ୍ଲାଇବା ପରେ ଅପରାହ୍ନରେ ଭିସୁଟ ସମାବତ୍ତନ ଉତ୍ସବ ଯୋଗ ଦେବେ ରାଷ୍ଟ୍ରପତି । ଏହା ପରେ ସଂଧ୍ୟାରେ ମାଁ ସମଲେଶ୍ଵରୀଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଛି।  ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ସମୟରେ ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ  ଅଶ୍ବିନୀ ବୈଷ୍ଣବ ରହିବେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Sponsored
President Draupadi | Argus English