|
logo
Live

Argus News - ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି

Odisha

ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି

Smruti Parija
Browse all articles by Smruti Parija
·2 years ago·2 min read
ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି

ବେଗୁନିଆ: ରାତି ପାହିଲେ ମକର ସଂକ୍ରାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ଅଧିନ ଅଟ୍ରିର ବାବା ହଟକେଶ୍ୱରଙ୍କ ପ୍ରସିଦ୍ଧ ମକର ମେଳା ଓ ମହୋତ୍ସବ । ପ୍ରଭୁ ହଟକେଶ୍ୱର ପ୍ରସିଦ୍ଧ ଠାକୁର ହୋଇଥିବା ବେଳେ ବିଶ୍ୱାସ ରହିଛି ଅପୁତ୍ରିକ ନାରୀମାନେ ଏଠାରେ ସଂକ୍ରାନ୍ତି ରାତିରୁ ମାନସିକ କରି ବୁଡ଼ ପକାଇ ଗୁଆ ଖାଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ । ଆଉ ସେହି ବିଶ୍ଵାସରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅପୁତ୍ରିକ ନାରୀମାନେ ଆସି ବୁଡ଼ ପକାଇ ମାନସିକ କରିଥାନ୍ତି । 

ମକର ସଂକ୍ରାନ୍ତି ଠାରୁ ହଟକେଶ୍ୱରଙ୍କ ଠାରେ ଦୀର୍ଘ 7 ଦିନ ଧରି ଚାଲୁଥିବା ଏହି ମେଳାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ମକର ସଂକ୍ରାନ୍ତି ପାଇଁ ହଟକେଶ୍ୱରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ରୀତିନୀତି ଅନୁସାରେ ମାନସିକଧାରୀମାନେ ରାତି ପ୍ରାୟ 3ଟା ସମୟରୁ ମାନସିକ କରି ଗୁଆ ଖୋଜିବେ । ଏନେଇ ମାନସିକ କୁଣ୍ଡ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସେହିପରି ମକର ସଂକ୍ରାନ୍ତି ଠାରୁ ଅଟ୍ରି ଉଷ୍ମ ପ୍ରସବଣ ପରିସରରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ 5 ଦିନ ବ୍ୟାପୀ ମକର ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଉଭୟ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ମେଳାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ମିନା ବଜାର, ଚଟପଟି ଖାଦ୍ୟ,ଘରକରଣା ସାମଗ୍ରୀ, ଦୋଳିର  ଆସର ଜମିଥିବା ଦେଖିବାକୁ ମିଳିଛି । ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ପ୍ରତକ୍ଷ ତତ୍ତ୍ୱାବଧାନତାରେ ଦୁଇ ଜଣ ଡ଼ିଏସପି, 3 ଇନ୍ସପେକ୍ଟର, 6 ଜଣ ସବଇନ୍ସପେକ୍ଟର, 11 ଅତିରିକ୍ତ ସବ ଇନ୍ସପେକ୍ଟର, 4 ହାବିଲଦାର, 6 ମହିଳା କନେଷ୍ଟବଳ, 28 କନେଷ୍ଟବଳ, 44 ଜଣ ହୋମଗର୍ଡ ଏବଂ ଦେଢ଼ ପ୍ଲାର୍ଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସେହିପରି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଉଷ୍ମ ପ୍ରସବଣ ଭିତରେ ଏବଂ ହଟକେଶ୍ୱର ମନ୍ଦିର ପରିସରରେ ଦୁଇଟି ଅସ୍ଥାୟୀ ଫାଣ୍ଡି କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ, ସୂଚନାକେନ୍ଦ୍ର, ଅଗ୍ନି ନିରାପତ୍ତା ସୁବିଧା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି | Argus English