Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନେତାଜୀ ଜୟନ୍ତୀ ପାଇଁ ଚଳଚଞ୍ଚଳ ଜନ୍ମସ୍ଥାନ କଟକ

Odisha

ନେତାଜୀ ଜୟନ୍ତୀ ପାଇଁ ଚଳଚଞ୍ଚଳ ଜନ୍ମସ୍ଥାନ କଟକ

Smruti Parija
Browse all articles by Smruti Parija
·2 years ago·2 min read
ନେତାଜୀ ଜୟନ୍ତୀ ପାଇଁ ଚଳଚଞ୍ଚଳ ଜନ୍ମସ୍ଥାନ କଟକ

କଟକ:  ନେତାଜୀଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ଜନ୍ମସ୍ଥାନ କଟକ । ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୭ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସଜେଇ ହେଲାଣି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ବିଭିନ୍ନ ଗ୍ୟାଲେରୀ ସହ ସଂଗ୍ରହାଳୟ ପରିସରକୁ ଦିଆଯାଉଛି ନୂଆ ରୁପ । ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟ କୋଠାକୁ ଆର୍କିଟେକ୍ଚରାଲ ଇଲୁମିନେସନ ବା ସ୍ଥାପତ୍ୟ ଆଲୋକିକରଣରେ ସଜା ଯାଉଛି । ଏଥିପାଇଁ ଖର୍ଚ୍ଚ ହେଉଛି ୧ କୋଟି ୧୮ ଲକ୍ଷ ଟଙ୍କା । 

ପ୍ରଥମ ପର୍ଯ୍ୟାୟରେ ୬୪ ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଯାହା ସଂଗ୍ରହାଳୟ କୋଠାକୁ ଅଧିକ ଜୀବନ୍ତ କରିବା ସହ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଏଥର ନୂଆକରି ସଂଗ୍ରହାଳୟରେ ନେତାଜୀ ବାଲ୍ୟ ଜୀବନୀ ଗ୍ୟାଲେରୀରେ ସ୍ଥାନ ପାଇବାକୁ ଯାଉଛି ଷ୍ଟୁଆର୍ଟ ସ୍କୁଲର ଆଡ଼ମିସନ ରେଜିଷ୍ଟ୍ରର । ୧୯୦୨ ମସିହାରୁ ୧୯୦୮ ମସିହା ଯାଏ ନେତାଜୀ ପାଠ ପଢୁଥିବା ସମୟର ଏହି ରେଜିଷ୍ଟ୍ରରକୁ ନେତାଜୀ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏହା ବ୍ୟତୀତ ନେତାଜୀ ଜୟନ୍ତୀ ଅବସରରେ ଓଡ଼ିଶା ଲଳିତକଳା ଏକାଡେମୀ ଦ୍ବାରା ନେତାଜୀଙ୍କ ଉପରେ ଆଧାରିତ ଏକ ଚିତ୍ର ଓ ଭାସ୍କର୍ଯ୍ୟ କଳା ଶିବିର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଚାଲିଛି ପ୍ରସ୍ତୁତି । ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ବାଧୀନତା ସଂଗ୍ରାମୀ ଏଥିରେ ଯୋଗଦେବେ । ଅନ୍ୟପଟେ ଖୁବଶୀଘ୍ର  ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ସହ ଗଙ୍ଗା ମନ୍ଦିର ପୁଷ୍କରିଣୀରେ ଉଜ୍ଜ୍ୱଳ ଅଲୋକୀକରଣର ବ୍ୟବସ୍ଥା କରିବାକୁ ଯାଉଛି କଟକ ମହାନଗର ନିଗମ । ଲେଜର ସୋ ପାଇଁ ୫୦ କୋଟିର ବଜେଟ ଥିବା କହିଛନ୍ତି ମେୟର ସୁବାଷ ସିଂ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନେତାଜୀ ଜୟନ୍ତୀ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସଂଗ୍ରହାଳୟ କାମ । ଏବେ ଅପେକ୍ଷା ଜାନୁଆରୀ ୨୩କୁ ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
preparation-on-full-swing-for-netaji-jayanti | Argus English