Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାହାଙ୍ଗା ଡବଲ ମର୍ଡର ଫଶିଥିବା ପ୍ରତାପ ଜେନା ଅସୁସ୍ଥ, ସତ ନା ମିଛ...

Odisha

Mahanga double murder / ମାହାଙ୍ଗା ଡବଲ ମର୍ଡର ଫଶିଥିବା ପ୍ରତାପ ଜେନା ଅସୁସ୍ଥ, ସତ ନା ମିଛ...

Manini Pattanayak
Browse all articles by Manini Pattanayak
·2 years ago·2 min read
ମାହାଙ୍ଗା ଡବଲ ମର୍ଡର ଫଶିଥିବା ପ୍ରତାପ ଜେନା ଅସୁସ୍ଥ, ସତ ନା ମିଛ...

Key Points

ମାହାଙ୍ଗା ଡବଲ ମର୍ଡର ଫଶିଥିବା ପ୍ରତାପ ଜେନା ଅସୁସ୍ଥ ହେବା କଥା ସତ ନା ମିଛ। କଣ ହୋଇଛି ପ୍ରତାପଙ୍କୁ , କେଉଁ ରୋଗରେ ଆକ୍ରାନ୍ତ ମାହାଙ୍ଗା ବିଧାୟକ। କୋର୍ଟ ଡରରେ ଡାକ୍ତରଖାନା ବାହାନା କରିଛନ୍ତି କି ପ୍ରତାପ ?

କଟକ:  ମାହାଙ୍ଗା ଡବଲ ମର୍ଡର ଫଶିଥିବା ପ୍ରତାପ ଜେନା ଅସୁସ୍ଥ ହେବା କଥା ସତ ନା ମିଛ। କଣ ହୋଇଛି ପ୍ରତାପଙ୍କୁ , କେଉଁ ରୋଗରେ ଆକ୍ରାନ୍ତ ମାହାଙ୍ଗା ବିଧାୟକ। କୋର୍ଟ ଡରରେ ଡାକ୍ତରଖାନା ବାହାନା କରିଛନ୍ତି କି ପ୍ରତାପ ?। ଯଦି ନିର୍ଦ୍ଦୋଷ କୋର୍ଟରେ ହାଜର ପାଇଁ ଏତେ ଡର କାହିଁକି। 2 ସପ୍ତାହର ସମୟ ଦେଇଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 18 ତାରିଖରେ ହେବ। 
ମୁଦାଲା ନମ୍ବର-13, ଦଫା-302, 506, 120ବି । ଆଇନ ଜାଲରେ ଫସିଯାଇଛନ୍ତି ପୂର୍ବତନ ଆଇନମନ୍ତ୍ରୀ। ସରକାରୀ ଦଳପୋଲିସକୁ ଧରି ପୁରା ଦମ ଲଗାଇଥିଲା ପ୍ରତାପଙ୍କୁ ଖସାଇବା ପାଇଁ। ହେଲେ କୋର୍ଟ ଧରିଲେ। ଲଗାଇଲା ଦଫା 302। ଏବେ ବିଜେଡି ଲିଗାଲ ସେଲ୍ ମୁଖ୍ୟ ମିଲନ କାନୁନଗୋ ପ୍ରତାପଙ୍କ ଓକିଲ । ସାଲେପୁର ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କୁ ହାଜର ହେବା ପାଇଁ 2 ସପ୍ତାହ ସମୟ ଦେଇଛନ୍ତି । 18 ତାରିଖରେ ପ୍ରତାପ ଜେନାଙ୍କ ପକ୍ଷରୁ ଆବେଦନ ହୋଇଥିବା 205 ପିଟିସନ ଉପରେ ହେବ ଶୁଣାଣି। ତା ସହିତ ମୂଳ ମାମଲା ସହିତ ଏଇ ମାମଲାରୁ ମିଶାଇବାକୁ ହୋଇଥିବା ଆବେଦନର ବି ହେବ ଶୁଣାଣି ।


ଏବେ ବଡ଼ ପ୍ରଶ୍ନ ସତରେ ପ୍ରତାପ ଜେନା ଅସୁସ୍ଥ ନା ଇଏ ବାହାନା, କୋର୍ଟଙ୍କ ଡରରେ କ୍ୟାପିଟାଲ ହସପିଟାଲ କି। ସେପଟେ ସନ୍ଦେହ ଘେରରେ ସାଲେପୁର ଏସଡିପିଓ ବିମଳ ବାରିକ । ମାହାଙ୍ଗା ଡବଲ ମର୍ଡର କେସର ମୁଖ୍ୟ ଅଭିଯୁକ୍ତ କାବୁଆକୁ ପ୍ରତାପ ଜେନା କଲ କରିଥିବାର ପ୍ରମାଣ ପାଇଥିଲେ ବିମଳ। କଲ ଡିଟେଲସ ରେକର୍ଡରୁ ସତ ଆସିଥିଲା ସାମ୍ନାକୁ। ହେଲେ ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଇଦେଲେ ବିମଳ। ଖାଲି ସେତିକି ନୁହେଁ ଯିଏ ପ୍ରତାପ ଜେନାଙ୍କ ନାଁରେ ମୁହଁ ଖୋଲିଲେ ତାଙ୍କ ବିରୋଧରେ ବିମଳ ମିଛ ମାମଲା କରି ଫଶାଇଥିବା ଅଭିଯୋଗ ହୋଇଛି । ପ୍ରତାପଙ୍କ ଏଜେଣ୍ଟ ସାଜିଛନ୍ତି କି ବିମଳ। କେବଳ ଡବଲ ମର୍ଡର ନୁହେଁ, ମାହାଙ୍ଗାରେ 5 ମର୍ଡର ପଛରେ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ ହେଉଛି, ହେଲେ ଚୁପ୍ ବିଜୁ ଜନତା ଦଳ। ନରହତ୍ୟା ଅଭିଯୁକ୍ତ ଜନବିରୋଧୀ ନୁହେଁ କି, କିଏ ଦେଉଛି ପ୍ରତାପ ଜେନାଙ୍କୁ ସୁରକ୍ଷା, କେବେ ହେବ ଆକସନ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Education Next Season 5
Sponsored
Pratap Jena, trapped in mahanga double murder, is ill, true or false... | Argus English