|
logo
Live

Argus News - ୧୪ରେ ପ୍ଲାନ୍‌ ହେଲା, ୨୩ରେ ସକ୍‌ସେସ୍‌

Odisha

୧୪ରେ ପ୍ଲାନ୍‌ ହେଲା, ୨୩ରେ ସକ୍‌ସେସ୍‌

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
୧୪ରେ ପ୍ଲାନ୍‌ ହେଲା, ୨୩ରେ ସକ୍‌ସେସ୍‌

Key Points

 

  • ୨୦୧୪ରେ ପ୍ଲାନ ହେଲା, ୨୩ କାର୍ଯ୍ୟକାରୀ
  • କ୍ଷମତା ନେବାକୁ ହୋଇଥିଲା ଚକ୍ରାନ୍ତ
  • ନେତାଙ୍କ ମନରେ କଷ୍ଟ, ହେଲେ ହସୁଥିଲେ

ଅର୍ଗସ ବ୍ୟୁରୋ: ବିଜେଡି ଗୋଟିଏ ସ୍ଵାର୍ଥପର ଦଳ । ଶଙ୍ଖ ଦଳର ବରିଷ୍ଠ ତଥା ପାୱାରଫୁଲ ନେତାମାନେ କେବେ ମନରୁ ଚାହୁଁନଥିବେ ପାଣ୍ଡିଆନ୍‌ ବିଜେଡିରେ ସାମିଲ ହୁଅନ୍ତୁ । ହେଲେ ବି ତାଙ୍କୁ ସାର୍‌ ସାର୍‌ ଡାକି ସ୍ଵାଗତ ଜଣାଇଲେ । ଛାତି ଭିତରେ କଷ୍ଟ ଥିଲା, କିନ୍ତୁ ବାଧ୍ୟରେ ସ୍ମାଇଲ କରୁଥିଲେ ବିଜେଡି ନେତା । ଏ କଥା ଆମେ ନୁହେଁ ବରଂ ବିଜେଡିରୁ ବହିଷ୍କୃତ ହୋଇଥିବା ନେତା ତଥା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଆଉ ପ୍ରଦୀପଙ୍କର ଏପରି ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହେଲାଣି ଝଡ଼ ।

ବିଜେଡିରେ ମିଶିଲେ ପାଣ୍ଡିଆନ୍‌ ।  ନେତାଙ୍କ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି । କାରଣ ପାଣ୍ଡିଆନ୍‌ ବିଜେଡିରେ ମିଶିବେ ବୋଲି କୁଆଡେ ଦଳ ୨୦୧୪ରୁ ପ୍ଲାନ୍‌ କରିଥିଲେ । ଆଉ ପ୍ରିପ୍ଲାନ ଅନୁସାରେ ସେ ଅକ୍ଚୋବରରେ ସ୍ଵେଚ୍ଛାକୃତ ଅବସର ନେଲେ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦଳରେ ଆନୁଷ୍ଠାନିକ ଭାବରେ ସାମିଲ ହେଲେ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ପାଣ୍ଡିଆନ୍‌ଙ୍କୁ କାଳେ ଦଳରେ ଅନେକ ନେତା ଗ୍ରହଣ କରିପାରୁନାହାନ୍ତି । ହେଲେ ବି ଦଳୀୟ ଶୃଙ୍ଖଳା ଦୃଷ୍ଟିରୁ କେବଳ ଔପଚାରିକ ପାଇଁ ସ୍ଵାଗତ କରୁଥିବା କହିଛନ୍ତି ପ୍ରଦୀପ ।

କେବଳ ଏତିକି ନୁହେଁ ବରଂ ତାଙ୍କୁ ହରାଇବାକୁ ୨୦୧୯ରେ ପ୍ଲାନ ହେଲା କିନ୍ତୁ ସକ୍‌ସେସ୍‌ ହେଲାନାହିଁ ବୋଲି କହିଛନ୍ତି ପ୍ରଦୀପ । ଏହାସହ ବର୍ତ୍ତମାନ ପାଣ୍ଡିଆନ୍‌ କୌଣସି ଅଫିସର ନାହାନ୍ତି ତେଣୁ ତାଙ୍କୁ ଏତେ ସୁରକ୍ଷା କାହିଁକି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ରୁବେନ ବାନାର୍ଜୀଙ୍କ ଲେଖାକୁ ନେଇ ବି ଦେଲେ ଟିପ୍ପଣୀ । କହିଲେ, ଆମେ ସିନା ଲେଖିଲେ ସନ୍ଦେହ କରିବେ ବିଜେଡି ଲୋକ । କିନ୍ତୁ ରୁବେନ ଅଭିଯୋଗ ସମ୍ବନ୍ଧରେ ଯାହା ଲେଖିଛନ୍ତି ତାହାକୁ ନେଇ ମୁହଁ ଖୋଲୁନାହାନ୍ତି ଶଙ୍ଖ ଦଳର ନେତା । କାରଣ ସିଏ ସତ ଲେଖିଛନ୍ତି । ସେ ଯାହା ବି ହେଉ । ପାଣ୍ଡିଆନ୍‌ଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବିଜେଡିରେ ସାମିଲ ହେବା ପରେ ଚର୍ଚ୍ଚାକୁ ଆହୁରି ଖୁରାକ ଯୋଗାଇଛି ପ୍ରଦୀପଙ୍କ ମନ୍ତବ୍ୟ । ହେଲେ ଏନେଇ ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । 


 

Sponsored
୧୪ରେ ପ୍ଲାନ୍‌ ହେଲା, ୨୩ରେ ସକ୍‌ସେସ୍‌ | Argus English