|
logo
Live

Argus News - ସ୍କୁଲରେ ଇଣ୍ଟରନେଟ୍‌ ସେବା , ଓଡ଼ିଶା ତଳ ଆଡ଼ୁ ତୃତୀୟ

Odisha

ସ୍କୁଲରେ ଇଣ୍ଟରନେଟ୍‌ ସେବା , ଓଡ଼ିଶା ତଳ ଆଡ଼ୁ ତୃତୀୟ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସ୍କୁଲରେ ଇଣ୍ଟରନେଟ୍‌ ସେବା , ଓଡ଼ିଶା ତଳ ଆଡ଼ୁ ତୃତୀୟ

Key Points

  • ସରକାରୀ ସ୍କୁଲର ଗୁମର ଖୋଲିଦେଲା ଇଣ୍ଡିଆନ ଇନଡେକ୍ସର ରିପୋର୍ଟ
  • ଇଣ୍ଟରନେଟ୍‌ ଯୋଗାଇବାରେ ରାଜ୍ୟ ଦେଶରେ ତଳ ଆଡ଼ୁ ତୃତୀୟ
  • ରୂପାରୀକରଣର ଦ୍ଵାହି ଦେଇ ଖସିଯାଉଥିଲେ ପାଣ୍ଡିଆନ !

ଅର୍ଗସ ବ୍ୟୁରୋ: ରାଜ୍ୟରେ କେବଳ କଥାରେ ବିକାଶ ହେଉଛି କାମରେ ନୁହେଁ । ସ୍କୁଲ ରୂପାନ୍ତୀକରଣ ହେଉ କି ପିଲାଙ୍କର ଉନ୍ନତି ହେଉ । କେବଳ କଥାରେ ହିଁ ଏଇଠି ସବୁ ଚାଲିଛି । କାମ କିନ୍ତୁ ପୂରା ଶୂନ । ଆପଣଙ୍କର ମନେଥିବ ନିଶ୍ଚୟ ରାଜ୍ୟର ଦୁର୍ନୀତି ସମ୍ପର୍କରେ ସବୁ ଗୁମର ବିରୋଧୀ ଖୋଲି ଦେଇଥିଲେ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଖାଲି ଗ୍ରହଣ କରିନଥିଲେ ତାହା ନୁହେଁ ବରଂ ବ୍ରହ୍ମପୁର ଗସ୍ତରେ ଥିବା ବେଳେ ବିରୋଧୀଙ୍କୁ ନିଶାନା କରି କହିଥିଲେ , କିଛି ଜଣଙ୍କୁ ରୂପାନ୍ତୀକରଣ ଦିଶୁନି । ଅନ୍ଧ ହୋଇ ବସିଛନ୍ତି । ଆଖି ଖୋଲି ଦେଖିଲେ ସବୁ ଦିଶିବ । ହେଲେ କିଏ ସତ କହୁଥିଲା ? ଆଉ କିଏ ମିଛ କହୁଥିଲା ତାହା କିନ୍ତୁ ଏବେ ପୂରା ସ୍ପଷ୍ଟ ।

ବିକାଶ ନାଁରେ ଦ୍ଵାହି ଦେଇ ଭୋଟ ମାଗିବାକୁ ପ୍ଲାନ କରୁଛି ବିଜେଡି । ଏ କଥା ଆମେ ନୁହେଁ ବରଂ ଦ ଇଣ୍ଡିଆନ ଇନଡେକ୍ସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ କହୁଛି । ସ୍ପଷ୍ଟ ଭାବରେ ରିପୋର୍ଟ କହୁଛି, ସରକାରୀ ସ୍କୁଲରେ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବାରେ ଓଡ଼ିଶା ବହୁ ପଛରେ ରହିଛି । ଏମିତିକି ଦିଲ୍ଲୀ ୧୦୦ ପ୍ରତିଶତ ଇଣ୍ଟରନେଟ ସେବା ଯୋଗାଇବାରେ ସଫଳ ହୋଇଥିବା ବେଳେ ପୁଡୁଚେରୀ ୧୦୦ ପ୍ରତିଶତ, ଲାକ୍ଷାଦ୍ଵୀପ ୯୭.୪ ପ୍ରତିଶତ, କେରଳ ୯୪.୬ ପ୍ରତିଶତ, ଗୁରୁରାଟ ୯୪.୨ ପ୍ରତିଶତ, ରାଜସ୍ଥାନ ୫୩.୫ ପ୍ରତିଶତ, ପଞ୍ଜାବ ୪୬.୮ ପ୍ରତିଶତ, ଆନ୍ଧ୍ର-ପ୍ରଦେଶ ୪୫.୦ ପ୍ରତିଶତ ଇଣ୍ଟରନେଟ୍‌ ଯୋଗାଇବାରେ ସଫଳ ହୋଇଛନ୍ତି ।

ବର୍ତ୍ତମାନ ସମୟରେ ଡିଜିଟାଲ ଇଣ୍ଡିଆରେ ଇଣ୍ଟରନେଟ୍‌କୁ ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି କେନ୍ଦ୍ର ସରକାର । ସେଇଥି ଲାଗି ତ ପ୍ରତି ସ୍କୁଲରେ କେମିତି ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ ? କେମିତି ପିଲାମାନେ ଅନଲାଇନ୍‌ରେ ପାଠ ପଢିବେ ସ୍ଵତନ୍ତ୍ର ବ୍ୟବସ୍ଥା ବି ହେଉଛି । ଏମିତିକି ରାଜ୍ୟ ସରକାର ପ୍ରତି ମୁହୂର୍ତ୍ତରେ କହୁଛନ୍ତି ଫାଇଭ-ଟି ସ୍କୁଲରେ ସବୁ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ହେଲେ ପ୍ରକୃତରେ ସ୍କୁଲରେ କେମିତି ପାଠ ପଢା ଚାଲିଛି ତାହା ଏବେ ଜଳଜଳ ହୋଇ ଦିଶୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍କୁଲରେ ଇଣ୍ଟରନେଟ୍‌ ସୁବିଧାକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି କି, ବିହାରରେ ମାତ୍ର ୫.୮ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍‌ ମିଳିଥିବା ବେଳେ ମିଜୋରାମରେ ୫.୯ ଏବଂ ଓଡ଼ିଶାରେ ମାତ୍ର ୮.୧ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍‌ ମିଳୁଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପ୍ରତି ସ୍କୁଲକୁ ଫାଇଭ-ଟିରେ ସାମିଲ କରାଯାଉଛି । ରୂପାନ୍ତୀକରଣ ନାଁରେ ବାହାସ୍ଫୋଟ ବି ମରାଯାଉଛି । ହେଲେ ବିକାଶ ନାଁରେ ଏ ସରକାର କେମିତି ବିନାଶ କରୁଛି ତାହା ଏବେ ସ୍ପଷ୍ଟ ହୋଇଛି ।
 

Sponsored
ସ୍କୁଲରେ ଇଣ୍ଟରନେଟ୍‌ ସେବା , ଓଡ଼ିଶା ତଳ ଆଡ଼ୁ ତୃତୀୟ | Argus English