Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଯୋଜନା ନଦେଇ ଛଡେଇ ନେଉଛନ୍ତି ଅଧିକାରୀ, ଅଭିଯୋଗ ପରେ ବି ଫଳଶୂନ

Odisha

ଯୋଜନା ନଦେଇ ଛଡେଇ ନେଉଛନ୍ତି ଅଧିକାରୀ, ଅଭିଯୋଗ ପରେ ବି ଫଳଶୂନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଯୋଜନା ନଦେଇ ଛଡେଇ ନେଉଛନ୍ତି ଅଧିକାରୀ, ଅଭିଯୋଗ ପରେ ବି ଫଳଶୂନ

ଅର୍ଗସ ବ୍ୟୁରୋ:  ଏହି ପରିବାରର ଦୁଃଖ ସେତିକିରେ ସୀମିତ ନୁହେଁ, ଏମାନଙ୍କୁ ଏମାନଙ୍କ ହକ ରୁ ବି ବଞ୍ଚିତ କରାଯାଇଛି। ଏମାନଙ୍କ ଲାଗି ଏଇ ସରକାରୀ ବାବୁମାନେ ଚାଉଳ କାର୍ଡ ଟିଏ ବି ଯୋଗେଇଦେଇ ନଥିବା ବେଳେ ଏମାନଙ୍କ ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଟିକକ ମଧ୍ୟ ଛଡେଇ ନେଇଯାଇଛନ୍ତି। ଆଉ ଏହି ଗରିବ ପରିବାର ହାତରେ ଧରେଇ ଦେଇଛନ୍ତି ଏକ ବ୍ଲାଙ୍କ କାର୍ଯ୍ୟାଦେଶ ଯେଉଁଥିରେ ତାରିଖ ଆଉ ବର୍ଷ ବ୍ୟତୀତ ଆଉ କିଛି ଉଲେଖ ନାହିଁ। ବାରମ୍ବାର ବ୍ଲକ,ପଞ୍ଚାୟତ କୁ ଯାଇ ଗୁହାରି କରି କରି ଥକିପଡ଼ିଥିବା ସମୁଦୁର ପରିବାର ବାଧ୍ୟହୋଇ ଆମକୁ କାର୍ଡ ନଦେଲେ ଆମେ ଭୋଟ ଦେବୁନାହିଁ ବୋଲି କହିଛନ୍ତି  । ଏଭଳି ଏକ ପରିବାର ହେଉଛନ୍ତି ଝରୀଗାଁ ବ୍ଲକ ବଣୁଆଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ପଲସଗାଁ ର ସମଦୁ ପାଣ୍ଡେ ଙ୍କ ପରିବାର।

ସାଧରଣ ବଣ୍ଟନ ବ୍ୟବସ୍ଥାକୁ ନେଇ ବଣୁଆଗୁଡା ଗ୍ରାମ୍ପଞ୍ଚାୟତରେ ବାରମ୍ବାର ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଆସୁଛି । ଏଭଳି ସ୍ଥିତିରେ ପୁଣି କାର୍ଡ ନଥାଇ ଗୋଟିଏ ପରିବାର ଭୋକ ଉପାସ ରେ ରହିବା କଥା ଏବେ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ସରକାର ରେ ଖାଦ୍ୟସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ବ୍ୟବସ୍ଥାରୁ ଗୋଟିଏ ପରିବାରକୁ ବଞ୍ଚିତ କରାଯିବା କୁ ନେଇ ବିରୋଧୀ ଦଳ ସରକଙ୍କୁ କଟାକ୍ଷ କରିଛନ୍ତି।

ତେବେ ଭୋକିଲା ପରିବାର ର ସମସ୍ୟା କୁ ନେଇ ଖବର ସଂଗ୍ରହ ଲାଗି ଅର୍ଗସ ଟିଭି ସମୁଦୁର ପରିବାର ନିକଟରେ ପହଞ୍ଚିଥିଲା ଏବଂ ଖବର ସଂଗ୍ରହ କରିଥିଲା ।ତେବେ କୌଣସି ସୂତ୍ରରୁ ଭୋକିଲା ପରିବାର ର ଖବର ପାଇ ଝରୀଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେର ସମୁଦୁ ର ପରିବାରକୁ ଭେଟି ଚାଉଳ ଓ ଚୁଡା ଯୋଗେଇ ଦେଇଥିଲେ ଏବଂ ତୁରନ୍ତ ଚାଉଳ କାର୍ଡ ଯୋଗେଇଦେବା ଲାଗି ପ୍ରତିଶୃତି ଦେଇଥିଲେ। ତେବେ ପ୍ରଶ୍ନ ଉଠୁଛି ଏ ପ୍ରଶାସନ ଏତେଦିନ ଯାଏଁ କୋଉଠି ଶୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Poor families deprived of their rights | Argus English