ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ପଞ୍ଚାମୁଖୀ ହନୁମାନ ମନ୍ଦିର ପାଇଁ ପୂଜାର୍ଚ୍ଚନା
·2 years ago

ବଲାଙ୍ଗୀର : ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ଦୃଷ୍ଟିରେ ରଖି ପଞ୍ଚାମୁଖୀ ହନୁମାନ ମନ୍ଦିର ପାଇଁ ପୂଜାର୍ଚନା । ଚଳିତ ବର୍ଷ ଶ୍ରୀ ରାମ ଲାଳାଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଠେଲକୋମୁଣ୍ଡା ଗ୍ରାମରେ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀପତି ବାଗ କର୍ତ୍ତା ଦାଇତ୍ୟା ତୁଲାଇ ଥିବା ବେଳେ ପଣ୍ଡିତ ଈଶ୍ୱର ପ୍ରସାଦ ଶତପଥୀ ପୂଜାର୍ଚନା କରିଥିଲେ ।
ଅଧିକ ପଢନ୍ତୁ : ରାମଲଲାଙ୍କ କାର୍ଯ୍ୟରେ ନିୟୋଜିତ ଥିବା ମହିଳାଙ୍କୁ ମିଳିବ ଚୁଡି
ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ସଭାପତି ମନ ରଞ୍ଜନ ରାଉତ ,ସମ୍ପାଦକ ଦେବରାଜ ଅମାତ ,ସାମ୍ବାଦିକ ରାଧେଶ୍ୟାମ ହାତୀ ପ୍ରମୁଖ ଉପସ୍ଥିତ ଥିବା ସହ ଆଖ ପାଖ ଅଞ୍ଚଳର ସାତାଧିକ ଭକ୍ତ ସାମିଲ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
