Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୋକଙ୍କୁ  ତେଲ-ଲୁଣର ଚିନ୍ତା କିନ୍ତୁ  ନେତାଙ୍କୁ ଘାରିଛି ଟିକେଟ ଚିନ୍ତା 

Odisha

ଲୋକଙ୍କୁ  ତେଲ-ଲୁଣର ଚିନ୍ତା କିନ୍ତୁ  ନେତାଙ୍କୁ ଘାରିଛି ଟିକେଟ ଚିନ୍ତା 

Manini Pattanayak
Browse all articles by Manini Pattanayak
·2 years ago·2 min read
ଲୋକଙ୍କୁ  ତେଲ-ଲୁଣର ଚିନ୍ତା କିନ୍ତୁ  ନେତାଙ୍କୁ ଘାରିଛି ଟିକେଟ ଚିନ୍ତା 

ନବରଙ୍ଗପୁର: ଲୋକଙ୍କୁ ତେଲ ଲୁଣର ଚିନ୍ତା ଘାରିଥିବାବେଳେ ରାଜନେତାଙ୍କୁ ଘାରିଛି ଟିକଟ ଚିନ୍ତା। ଭୋଟ ସମୟରେ  ଗରିବ ଲୋକଙ୍କୁ ଅସ୍ତ୍ର କରି ନାନାବିଧ ମିଛ ପ୍ରତିଶୃତି ଦେଇ ଭୋଟ  ଅକ୍ତିଆର କରିବାର କୌଶଳ ଜଣା  ରାଜନେତାଙ୍କୁ ।  କିନ୍ତୁ   ପରିସ୍ଥିତି  ଯାହା ଥିଲା ସେଇଆ ରହିଯାଏ  ଭୋଟ ଦେଇଥିବା ଲୋକଙ୍କର।  ଏହାର ସଦ୍ୟତମ ଉଦାହରଣ ହେଉଛି ହୁଣ୍ଡାଧାଡକି ଗାଁ ।  ସାଧାରଣ ମୌଳିକ ସମସ୍ୟା ରୁ ଆଜିଵି  ବଞ୍ଚିତ ଏହି ଗାଁ।  ସେପଟେ ଲୋକଙ୍କୁ ଠୁଳ କରି ନିଜର ଶକ୍ତି ପ୍ରଦର୍ଶନ କରିବାରେ ବ୍ୟସ୍ତ ରାଜନେତା।  ସଭା ସମିତି କରି ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି।  ଲୋକଙ୍କୁ ଗାଡି ମଟରଯୋଗେ ବୁହାକରାଯାଉଛି।  କିଛି ଲୋକ ଆସିବାର କାରଣ ଜାଣିନଥିବା ବେଳେ ଆଉ କିଛି ଲୋକ  ତେଲ, ଲୁଣ ଖର୍ଚ୍ଚ ଉଠାଇବାରେ  ଆସିଥାନ୍ତି।  

ବିକାଶ ର ବାହାସ୍ପଟ ମାରୁଥିବା ସରକାର ଥରେ ଏ ଗାଁର ସ୍ଥିତିକୁ ନଜର ପାକାନ୍ତୁ। ଜାଣିପାରିବ  କେତେ ହୋଇଛି ବିକାଶ।  ଝରୀଗାଁ ଏବଂ ଗୁରୁସିଙ୍ଗା ଏହି ଦୁଇଟି ପଂଚାୟତ ର ଏ ହେଉଛି ଗୋଟିଏ ଗାଁ ହୁଣ୍ଡାଧାଡକି ଗାଁ । ଗାଁ ରେ ପାଖାପାଖି ତିରିଶି ରୁ ଉର୍ଦ୍ଧ  ଘର।  ଏଠାରେ ବସବାସ କରୁଥିବା ଲୋକମାନେ କିଏ କେଉଁ ପଂଚାୟତର ତାହା ଜାଣନ୍ତି ନାର୍ହି।   ଗାଁ କୁ ଦେଖିଲେ ବାରି ହେଇପଡୁଛି ଗାଁର ସମସ୍ୟା ଅନେକ।  ନେତାଙ୍କ ପ୍ରତିଶୃତି ଆଉ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ଏଠି ଉଦାହରଣ ସାଜିଛି।  ରାସ୍ତା  ତ  ଆପଣ ଦେଖୁଥିବେ। ହେଲେ ପିଇବା ପାଣି  ପାଇଁ ବି ଏଠି ସାଙ୍ଘାତିକ ଅବସ୍ଥା।  ଗୋଟିଏ ନଳକୂପ କୋଡିଏ ବର୍ଷ ପୁରୁଣା ହେଲାଣି । ଅନ୍ୟଟି  ମଧ୍ୟ ତିରିଶି ବର୍ଷରୁ ଉର୍ଦ୍ଧ ହେବ ।   ଗାଁ ରେ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ କାହାକୁ  ଘର ମିଳି ନାହିଁ ।  ଆଉ  କିଏ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବାଦ ପଡ଼ିଛନ୍ତି।  ବର୍ଷା ହେଲେ  ଗାଁ ର ରାସ୍ତା କାଦୁଅ ପଚପଚ ହୋଇପଡେ।  ଗର୍ଭବତୀଙ୍କୁ ତିନିକିଲୋମିଟର  ବୋହି ନେବାକୁ ପଡୁଥିବା କୁହନ୍ତି ଗ୍ରାମବାସୀ।   ଇଲେକ୍ସନ ବେଳେ ନେତାଙ୍କ ଭିଡ଼ ଆଉ ଇଲେକ୍ସନ ସରିଗଲେ କାହାର ଦେଖା ମିଳୁନଥିବା କହିଛନ୍ତି ଗ୍ରାମବାସୀ।  ଗ୍ରାମବାସୀ  ଏଥର ଜିଦ ଧରିଛନ୍ତି,  ଆଗ କାମ ପରେ ଭୋଟ । ତେବେ ପ୍ରଶାସନ ହୁଅନ୍ତୁ କି ପ୍ରତିନିଧି ଲୋକଙ୍କ ସମସ୍ୟାକୁ ନେଇ କିଭଳି ତତ୍ପରତା ଦେଖାଉଚି ତାହା ଦେଖିବାକୁ ବାକି ରହିଲା।  

ଅଧିକ ଦେଖନ୍ତୁ :
 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Politicians know the trick of getting votes by arming the poor and making various false promises during the voting. | Argus English