Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖଲ୍ଲିକୋଟରେ ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଥାନା ବାବୁ

Odisha

ଖଲ୍ଲିକୋଟରେ ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଥାନା ବାବୁ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଖଲ୍ଲିକୋଟରେ ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଥାନା ବାବୁ

ଅର୍ଗସ ବ୍ୟୁରୋ:  ବେଆଇନ ବାଣ ଜବତ ପାଇଁ ଚଢ଼ାଉ ବେଳେ ସୀମା ଲଂଘିଲା ପୋଲିସ। ହ୍ବିଲ୍ ଚେୟାରରେ ବସିଥିବା ଏ ଦିବ୍ୟାଙ୍ଗଙ୍କ ଉପରେ ପୋଲିସ କେମିତି ଜୁଲମ କରିଛି ତାର ଚିତ୍ର ଦେଖନ୍ତୁ। ତାଙ୍କ କାନ୍ଧ ଓ ହାତରେ ଏ ଚିହ୍ନ ବୟାନ କରୁଛି ଖଲ୍ଲିକୋଟ ପୋଲିସର ନିର୍ମମ ଆଚରଣ। ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗାଁରେ ବେଆଇନ ବାଣ ତିଆରି ହେଉଥିବା ସୂଚନା ପାଇ ଶନିବାର ଅପରାହ୍ନରେ ପୋଲିସ ଟିମ୍ ସହ ଚଢ଼ାଉ କରିଥିଲେ ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଏଏସଆଇ ହିମାଂଶୁ ଶେଖର ପାତ୍ର। ରାଜେନ୍ଦ୍ର ନାହାକଙ୍କ ଘରୁ କିଛି ବାଣ ଜବତ ପରେ ରକ୍ତମୁଖା ହୋଇଯାଇଥିଲା ପୋଲିସ। ଏଏସଆଇ ହିମାଂଶୁ ଶେଖର ପାତ୍ର ଓ ଟିମ୍ ଦିବ୍ୟାଙ୍ଗ ରାଜେନ୍ଦ୍ରଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସର ବର୍ବରତା ବିରୋଧରେ ଦିବ୍ୟାଙ୍ଗ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଏଏସଆଇ ହିମାଂଶୁ ପାତ୍ରଙ୍କୁ ହେଡକ୍ବାର୍ଟରକୁ ବଦଳି କରାଯାଇଛି।

ମୋ ସରକାର ଅଧୀନରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୋ ପୋଲିସ ଅଭିଯାନ। ଜନତାଙ୍କ ପ୍ରତି ଭଦ୍ର ଓ ନମ୍ରତାପୂର୍ଣ୍ଣ ବ୍ୟବହାର କରିବାକୁ ପୋଲିସକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ କେବଳ ପ୍ରଚାର କରି ସାଇନବୋର୍ଡ ମାରିବାରେ ହିଁ ସୀମିତ ରହିଛି ପୋଲିସର ଭଦ୍ର ବ୍ୟବହାର। ପ୍ରଶ୍ନ ହେଲା ଇଏ କେମିତିକା ମୋ ପୋଲିସ ?

ପୋଲିସର ଏମିତି ମାଡ଼ ମାରିବାର ଅଧିକାର ଅଛି କି ? ମୋ ପୋଲିସର ଆଚରଣ ଓ ଉଚ୍ଚାରଣରେ ଏଭଳି ଭିନ୍ନତା କାହିଁକି ? ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଜଣେ ଦିବ୍ୟାଙ୍ଗଙ୍କ ଉପରେ ପୋଲିସର ମରଣାନ୍ତକ ଆକ୍ରମଣ ଏବଂ ତାଙ୍କ ଲିଖିତ ଅଭିଯୋଗ ପରେ କେବଳ ସଂପୃକ୍ତ ASIଙ୍କୁ ବଦଳି କରିଦିଆଯାଇଛି। ଏହାକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ। ଦିବ୍ୟାଙ୍ଗଙ୍କ ଉପରେ ଏ ଆକ୍ରମଣ ଓଡ଼ିଶା ପୋଲିସର କାର୍ଯ୍ୟଧାରା ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ। ସଂପୃକ୍ତ ଏଏସଆଇ ହିମାଂଶୁ ପାତ୍ରଙ୍କୁ ଗିରଫ ପାଇଁ ଦାବି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Education Next Season 5
Sponsored
police beat up Dibang in Khallikote and left him bleeding | Argus English