କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ୍
·2 years ago

ମୟୂରଭଞ୍ଜ: ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ୍ । ଯେଉଁଥିରେ ଜଣେ ଗୁରୁତର ହୋଇଥିବାବେଳେ 10 ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ୪୯ ନମ୍ବର ଜାତୀୟ ରାଜପଥରେ ବିଶୋଇ ପଟୁ ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ସମୟରେ ଘାଟିରେ ବ୍ରେକ୍ ଫେଲ ହେଲା ପୋଲିସ ଭ୍ୟାନ୍ ।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ଦମକଳବାହିନୀ ପହଞ୍ଚି ଉଦ୍ଧାର କରାଯାଇ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: