Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣା, ସୁଶାନ୍ତ ସିଂଙ୍କ ହାତ ଥିବା ନେଇ ସତ କହିଲେ ବାବୁ !

Odisha

ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣା, ସୁଶାନ୍ତ ସିଂଙ୍କ ହାତ ଥିବା ନେଇ ସତ କହିଲେ ବାବୁ !

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣା, ସୁଶାନ୍ତ ସିଂଙ୍କ ହାତ ଥିବା ନେଇ ସତ କହିଲେ ବାବୁ !

ଅର୍ଗସ ବ୍ୟୁରୋ: ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣାରେ ବିଜେଡିର ଦବଙ୍ଗ ବିଧାୟକ ସୁଶାନ୍ତ ସିଂଙ୍କ ହାତ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ କହୁ କହୁ ସତ କହିଦେଇଛନ୍ତି ବିଧାୟକ ବାବୁ। ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ନକରିବାକୁ ସମର୍ଥକଙ୍କୁ ସେ କହିଥିବା ସ୍ୱୀକାର କରିଛନ୍ତି। ସୋହେଲା ଅଞ୍ଚଳରୁ ଭୋଜି ପାଇଁ ଯାଇଥିବା କିଛି ଯୁବକଙ୍କୁ ନିଶା କାରବାର ଅଭିଯୋଗରେ ପୁଲିସର ପଚରା ଉଚରା ପରେ ଥାନାରେ ପଶି ଭଙ୍ଗାରୁଜା କରିଥିଲେ କିଛି ଦୁର୍ବୃତ୍ତ। ଏହି ଦୁର୍ବୃତ୍ତ ମାନେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ବୋଲି ଜଣାପଡିଛି।

ଅଧିକ ପଢନ୍ତୁ: ବରଗଡ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବର୍ଷିଲେ ମନମୋହନ

ସବୁଠୁ ବଡ଼ କଥା ହେଉଛି ଘଟଣାସ୍ଥଳରେ ଥାଇ ସମର୍ଥକଙ୍କୁ ଥାନା ଭାଙ୍ଗିବାକୁ ସୁଶାନ୍ତ ଉସକାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ 100ରୁ ଅଧିକଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ବିଧାୟକଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆଣିନି ପୋଲିସ। ତେଣୁ ଯଥା ଶୀଘ୍ର ସୁଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ସେପଟେ ସୁଶାନ୍ତଙ୍କ ଏ ପ୍ରତିକ୍ରିୟାକୁ ନେଇ ଜୋରଦାର ଚର୍ଚ୍ଚା। ଜନତା ଭୋଟ୍ ଦେଉଛନ୍ତି ବୋଲି କଣ ହିଂସା କରିବାକୁ ବିଧାୟକଙ୍କୁ ଲାଇସେନ୍ସ ମିଳିଯାଉଛି। କଣ ହିଂସାକୁ ପ୍ରବର୍ତ୍ତାଇବା ଜନବିରୋଧୀ ନୁହେଁ କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


ରାଜନୀତି ଖବର ଆହୁରି ପଢନ୍ତୁ

Sponsored
Police initiates action in Ambabhona PS vandalism | Argus English