୫ ଜଣଙ୍କୁ ଗିରଫ କଲା ପୋଲିସ
·2 years ago·1 min read

କଟକ : କଟକ ସିଡିଏ ଫେଜ ୨ ଥାନା କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ। ବାଇକ ଚୋରି ଓ ଚୋରା ବାଇକ କିଣିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ସିଡିଏ ଫେଜ ୨ ଥାନା ପୋଲିସ। ମୁଖ୍ୟ ବାଇକ ଲୁଟେରା ସାନୁ ଓରଫ ଆକାଶ ନରେନ୍ଦ୍ର ସହ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ସିଡିଏ ସେକ୍ଟର ୧୦ରେ ଜ୍ୟୋତି ରଞ୍ଜନ ମହାନ୍ତି ନାମକ ବ୍ୟକ୍ତିଙ୍କ ସ୍କୁଟି ଚୋରି କରିବା ମାମଲାରେ ଏମାନେ ଧରା ପଡିଛନ୍ତି।
ରଞ୍ଜନ ମହାନ୍ତିଙ୍କ ସିଡିଏ ସେକ୍ଟର ୧୦ ରେ ସମ୍ପର୍କୀୟଙ୍କ ଘର ସମ୍ମୁଖରୁ ତାଙ୍କ ସ୍କୁଟି ନେଇ ଯାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଏମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦ ଟି ବାଇକ ଓ ସ୍କୁଟି ସହ କିଛି ପାର୍ଟସ୍ ଜବତ କରାଯାଇଛି। ମୁଖ୍ୟ ବାଇକ ଲୁଟେରା ସାନୁ ନାଁରେ କଟକ ସହରର ବିଭିନ୍ନ ଥାନାରେ ୯ ଟି ଚୋରି ମାମଲା ରହିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: