Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜସ୍ଥାନର ହନୁମାନଗଡ଼ ଏବଂ ପିଲିବଙ୍ଗାରେ ନିର୍ବାଚନୀ ସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

Odisha

ରାଜସ୍ଥାନର ହନୁମାନଗଡ଼ ଏବଂ ପିଲିବଙ୍ଗାରେ ନିର୍ବାଚନୀ ସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ରାଜସ୍ଥାନର ହନୁମାନଗଡ଼ ଏବଂ ପିଲିବଙ୍ଗାରେ ନିର୍ବାଚନୀ ସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ରାଜସ୍ଥାନରେ ବିଜେପି ପାଇଁ ଆଜି ପ୍ରଚାରର ମଙ୍ଗ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନର ହନୁମାନଗଡ଼ ଏବଂ ପିଲିବଙ୍ଗାରେ ଆଜି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସ ସରକାରକୁ ଆଟାକ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଗ୍ୟାରେଣ୍ଟି ଦେବାକୁ ଆସିଛି ଯେ ଯେଉଁମାନେ ଗରିବଙ୍କୁ ଲୁଟିଛନ୍ତି ତାଙ୍କୁ ଛଡ଼ାଯିବ ନାହିଁ । ଯେମିତି ଦୀପାବଳିରେ ଘରର ଅଳିଆ ସଫା କରାଯାଏ ସେମିତି ରାଜସ୍ଥାନରୁ କଂଗ୍ରେସକୁ ସଫା କରାଯିବ । 

ଅଧିକ ପଢନ୍ତୁ ଭାରତ ଖବର

ଏହାସହ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ରାଜସ୍ଥାନରେ ବିଜେପି ସରକାର ଗଠନ କରିବ । ସେହିପରି କମଲ ଚୁନେଗା ରାଜସ୍ଥାନ ନାରା ଦେଇ କର୍ମୀ ଏବଂ ଭୋଟରଙ୍କ ମନରେ ଜୋଶ ଭରିଛନ୍ତି ପିଏମ ମୋଦି । ଏହାସହ ରାଜସ୍ଥାନରେ ପେଟ୍ରୋଲ ଦାମକୁ ନେଇ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁଜରାଟ ଏବଂ ଉତ୍ତରପ୍ରଦେଶ ସହ ରାଜସ୍ଥାନରେ ପେଟ୍ରୋଲ ଦରକୁ ତୁଳନା କରି କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି । ବିଜେପି ଶାସିତ ସରକାରରେ ପେଟ୍ରୋଲର ଯାହା ଦାମ୍ ରହିଛି ରାଜସ୍ଥାନରେ 12 ଟଙ୍କା ଅଧିକ ଦେଇ ପେଟ୍ରୋଲ କିଣୁଛନ୍ତି ଜନତା । ସେହିପରି ବିକାନେରରେ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଝଲକ୍ ପାଇବା ପାଇଁ କର୍ମୀ ଓ ସାଧାରଣ ଜନତାଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

Sponsored
PM Modi In Rajasthan | Argus English