|
logo
Live

Argus News - ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍‌ ଓ ଜେଇଇ କୋଚିଂ 

Odisha

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍‌ ଓ ଜେଇଇ କୋଚିଂ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍‌ ଓ ଜେଇଇ କୋଚିଂ 

ଭୁବନେଶ୍ୱର:  ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍‌ ଓ ଜେଇଇ କୋଚିଂ। ନିଟ ଓ ଜେଇଇ ଆଶାୟୀଙ୍କୁ ଅନଲାଇନ ମାଧ୍ୟମରେ କୋଚିଂ ଦେବା ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ମାର୍ଟ ଟିଭି ସହ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ପାଇଁ ନେଉଛନ୍ତି ଅନେକ ଗୁଡ଼ିଏ ପଦକ୍ଷେପ। ତେବେ ନିଟ ଓ ଜେଇଇ ପାଇଁ ଅଧ୍ୟୟନ କରୁଥିବା ଆଶାକର୍ମୀଙ୍କୁ ସପ୍ଲିମେଣ୍ଟାରୀ ଭାବରେ ଅନଲାଇନ କୋଚିଂ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଏହି ମାଗଣା କୋଚିଂ ।

ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେଉଁ ଅଞ୍ଚଳରେ ଛାତ୍ରଛାତ୍ରୀ ମାଟ୍ରିକ ପରେ ପାଠ ପଢୁନଥିଲେ ସେମାନେ ଆଜି ଆଗକୁ ଆସୁଛନ୍ତି ପାଠ ପଢିବା ପାଇଁ। ଯାହା କୁ ନେଇ ରାଜ୍ୟ ସରକାର ସ୍କୁଲ ଦଶମ ପରେ ଦ୍ୱାଦଶ ଯାଏଁ ଅପଗ୍ରେଡ କରିଛନ୍ତି। ଯାହା ସ୍କୁଲ ରେ ପିଲାଙ୍କର ସଫଳତାକୁ ଆଣିବାକୁ ରାଜ୍ୟ ସରକାର ଏନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ପ୍ରତି ବର୍ଷ ଦଶମ ଶ୍ରେଣୀ ପରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତି ହୋଇଛି। ଏହା ସହ ଡ୍ରପ୍ଆଉଟ୍ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଯାହା ଡ୍ରପ ଆଉଟ୍ ଛାତ୍ର ଛାତ୍ରୀ ମାନଂକୁ ଚିହ୍ନଟ କରି ସିଟିଟିସି ରେ ଟ୍ରେନିଂ ଦେବା ପାଇଁ ମଧ୍ୟ ଯୋଜନା କରାଯାଇଛି। ଯାହା ଡ୍ରପ୍ଆଉଟ୍ ଛାତ୍ର ଛାତ୍ରୀ ମାନେ ନିଜେ ଟ୍ରେନିଂ ଶିଖିବା ସହ ନିଜେ ଯେଭଳି ଭାବରେ କୁଶଳୀ ହୋଇପାରିବେ। ସେନେଇ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ମଧ୍ୟ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍‌ ଓ ଜେଇଇ କୋଚିଂ  | Argus English