Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅନୁଗୋଳର ଛେଣ୍ଡିପଦା ସରକାରୀ ହାଇସ୍କୁଲର ପ୍ଲାଟିନମ ଜୁବିଲି ସମାରୋହ ଉଦଯାପିତ

Odisha

ଅନୁଗୋଳର ଛେଣ୍ଡିପଦା ସରକାରୀ ହାଇସ୍କୁଲର ପ୍ଲାଟିନମ ଜୁବିଲି ସମାରୋହ ଉଦଯାପିତ

Ritu Das
Browse all articles by Ritu Das
·2 years ago·2 min read
ଅନୁଗୋଳର ଛେଣ୍ଡିପଦା ସରକାରୀ ହାଇସ୍କୁଲର ପ୍ଲାଟିନମ ଜୁବିଲି ସମାରୋହ ଉଦଯାପିତ

Key Points

•    ରାଷ୍ଟ୍ରର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ କହିଛନ୍ତି
•    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ପ୍ରଣୀତ ନୂତନ ଜାତୀୟ ଶିକ୍ଷା ନୀତିରେ ସମୟର ଆହ୍ଵାନ ଓ ଆବଶ୍ୟକତାକୁ ଅଙ୍ଗୀଭୂତ କରି ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି 
•    ଅନୁଗୋଳରେ ଛାତ୍ରଛାତ୍ରୀଙ୍କ ବୁଦ୍ଧିମତା ବଢାଇବାର ଦାୟିତ୍ୱ ନେଉ ଛେଣ୍ଡିପଦା ହାଇସ୍କୁଲ
•    ଛେଣ୍ଡିପଦା ସରକାରୀ ହାଇସ୍କୁଲ ଦୀର୍ଘ ୭୫ ବର୍ଷ ଯାତ୍ରାରେ ପଦାର୍ପଣ ହେବା ରାଜ୍ୟ ଶିକ୍ଷା ଜଗତ ପାଇଁ ବଡ ଉପଲବ୍ଧି 
•    ଛେଣ୍ଡିପଦା ସ୍କୁଲର ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ
•    ଅନୁଗୋଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ୬୦ ହଜାର କୋଟି ଟଙ୍କା ଦେଉଥିବା ବେଳେ ଜିଲ୍ଲାକୁ ସମୃଦ୍ଧଶାଳୀ କରିବାର ଦାୟିତ୍ୱ ନେବା 
 

ଅର୍ଗସ ବ୍ୟୁରୋ: ସ୍ଥାନୀୟ ଅଞ୍ଚଳକୁ ବିକଶିତ କରିବା ଦିଗରେ ଛେଣ୍ଡିପଦା ହାଇସ୍କୁଲର ଯୋଗଦାନ ଅତୁଳନୀୟ । ଆଜି ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ଏହି ସ୍କୁଲର ତିନି ଜଣ ପୁରାତନ ଛାତ୍ର ଓଡ଼ିଶାର ସ୍ୱନାମଧନ୍ୟ ଚିକିତ୍ସକ ଭାବରେ ନିଜର ପରିଚୟ ତିଆରି କରିବା ତାହାର ଜ୍ୱଳନ୍ତ ଉଦାହରଣ ବୋଲି ରବିବାର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସରକାରୀ ହାଇସ୍କୁଲର ପ୍ଲାଟିନମ ଜୁବିଲିର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଛେଣ୍ଡିପଦା ସରକାରୀ ହାଇସ୍କୁଲ ସ୍ଥାନୀୟ ଅଞ୍ଚଳରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଛେଣ୍ଡିପଦା ସରକାରୀ ହାଇସ୍କୁଲ ଦୀର୍ଘ ୭୫ ବର୍ଷ ଯାତ୍ରାରେ ପଦାର୍ପଣ ହେବା କେବଳ ଅନୁଗୋଳ ନୁହେଁ ବରଂ ସମଗ୍ର ରାଜ୍ୟର ଶିକ୍ଷା ଜଗତ ପାଇଁ ଏକ ବଡ ଉପଲବ୍ଧି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୧୯୪୮ ମସିହାରେ ପ୍ରତିଷ୍ଠିତ ଏହି ହାଇସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଏକ ବଟ୍ଟବୃକ୍ଷର ରୂପ ନେଇଛି । ଛେଣ୍ଡିପଦା ହାଇସ୍କୁଲ  ପାଠପଢାକୁ କେବଳ ବିଜ୍ଞାନ, ସାହିତ୍ୟ, ଗଣିତ ଆଦି ପୁସ୍ତକରେ ସୀମିତ ନ ରଖି ଶିକ୍ଷା ସମେତ କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଗାମୀ ୨୫ ବର୍ଷ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ଖୁବ ଶୀଘ୍ର ଏକ ନମ୍ବର ଅର୍ଥନୀତି ହେବ । ଛେଣ୍ଡିପଦା ଅଞ୍ଚଳ ଆଗାମୀ ଦିନରେ ଭାରତର ଅର୍ଥନୀତିରେ ଅଗ୍ରଣୀ ସ୍ଥାନ ହେବ । ଆଗାମୀ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଛେଣ୍ଡିପଦା ସ୍କୁଲର ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବେ ଏବଂ ଉଦ୍ଭାବନ କରିବେ, ଏ ବିଶ୍ୱାସ ମୋର ଅଛି ।  ଅନୁଗୋଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ୬୦ ହଜାର କୋଟି ଟଙ୍କା ଦେଉଥିବା ବେଳେ ଜିଲ୍ଲାକୁ ସମୃଦ୍ଧଶାଳୀ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୁଦ୍ଧିମତା ତିଆରି କରିବାର ଦାୟିତ୍ୱ ନେବାକୁ ଛେଣ୍ଡିପଦା ହାଇସ୍କୁଲକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।  
ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି ଯେ ରାଷ୍ଟ୍ରର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ସମସ୍ତଙ୍କ ଜନ୍ମଗତ ଅଧିକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ପ୍ରଣୀତ ନୂତନ ଜାତୀୟ ଶିକ୍ଷା ନୀତିରେ ସମୟର ଆହ୍ଵାନ ଓ ଆବଶ୍ୟକତାକୁ ଅଙ୍ଗୀଭୂତ କରି ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହାଇସ୍କୁଲର ପ୍ଲାଟିନମ ଜୁବିଲିର  ଅବସରରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ସମସ୍ତଙ୍କୁ ମାନ୍ୟବର ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ଆୟୋଜକ ସ୍କୁଲର ପୁରାତନ ଛାତ୍ର ସଂସଦକୁ ଧନ୍ୟବାଦ ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
Platinum Jubilee | Argus English