Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଠେଲା ପେଲା ଗହଳି ଭିତରେ ଅଣନିଶ୍ୱାସୀ ଶ୍ରଦ୍ଧାଳୁ 

Odisha

ଠେଲା ପେଲା ଗହଳି ଭିତରେ ଅଣନିଶ୍ୱାସୀ ଶ୍ରଦ୍ଧାଳୁ 

Smruti Parija
Browse all articles by Smruti Parija
·2 years ago·2 min read
ଠେଲା ପେଲା ଗହଳି ଭିତରେ ଅଣନିଶ୍ୱାସୀ ଶ୍ରଦ୍ଧାଳୁ 

ପୁରୀ:  ଧର୍ମ ମାସ କାର୍ତ୍ତିକରେ ପୁରୀରେ ଅସମ୍ଭାଳ ଭିଡ । ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଲାଗୁଛି ଲମ୍ବା ଲାଇନ । ଖରାରେ ଲମ୍ବା ଲାଇନରେ ଛିଡା ହୋଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପେଲା ଠେଲା ଗହଳି ଭିତରେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ଆଉ ବୟସ୍କ ଓ ଛୋଟ ଛୁଆଙ୍କ ସ୍ଥିତି ଅସମ୍ଭାଳ ହୋଇପଡୁଛି । ଆଜି ଠିକ୍ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଜଗା ଦର୍ଶନ ପାଇଁ ଧାଡ଼ିରେ ଅନେକ ସମୟ ଧରି ଅପେକ୍ଷା କରିବା ପରେ ଅଚେତ ହୋଇପଡିଥିଲେ ଜଣେ ଶ୍ରଦ୍ଧାଳୁ। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ଅତ୍ୟଧିକ ଭିଡ ଯୋଗୁଁ ଆଜି ବ୍ୟାରିକେଡ୍ ରେ ଅସୁସ୍ଥ ହୋଇପଡିଲେ ବୟସ୍କ ବୃଦ୍ଧ । ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । 

ଗତ କିଛିଦିନ ପୂର୍ବରୁ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଗାର ମଙ୍ଗଳ ଆଳତି ଦର୍ଶନ କରିବାକୁ ହବିଷ୍ୟାଳିଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ । ହେଲେ ଏହି ସମୟରେ ଠେଲାପେଲାରେ ହବିଷ୍ୟାଳୀଙ୍କ ସମେତ 15 ରୁ ଉର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିଲେ । ଏତେ ଗୁରୁତର ଯେ ଶ୍ରଦ୍ଧାଳୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ମଙ୍ଗଳାଳତୀ ପରେ ସିଂହଦ୍ୱାର ବ୍ୟାରିକେଡ୍ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ମଧ୍ୟ ଏକକାଳିନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା । ସୁରକ୍ଷା କର୍ମୀମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ।

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି । ଯାହାକୁ ଦେଖିବାକୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pilgrims-senseless-during-long-que-for-jagannath-darshan | Argus English