ତପ୍ତପାଣି ଘାଟିରେ ଓଲଟିଲା ପିକନିକ ବସ
·2 years ago

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ୍ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ଘାଟିରେ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଜିରାଙ୍ଗରୁ ଫେରୁଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାଜପୁରରୁ ପିକନିକ ଯାଇଥିବା ଜଣାପଡ଼ିଛି। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: