Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାଇବା ମାଗିଲେ ମାଡ଼, ଦରମା ମାଗିଲେ ମିଳୁଛି ମାରିଦେବାର ଧମକ

Odisha

ଖାଇବା ମାଗିଲେ ମାଡ଼, ଦରମା ମାଗିଲେ ମିଳୁଛି ମାରିଦେବାର ଧମକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖାଇବା ମାଗିଲେ ମାଡ଼, ଦରମା ମାଗିଲେ ମିଳୁଛି ମାରିଦେବାର ଧମକ

ଅର୍ଗସ ବ୍ୟୁରୋ: ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା। ଖାଇବା ମାଗିଲେ ମାଡ଼ ଦରମା ମାଗିଲେ ମିଳୁଛି ମାରିଦେବାର ଧମକ । ଭିଡିଓ ଜାରି କରି ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ। ଫସିଛନ୍ତି 90 ଓଡ଼ିଆ ଶ୍ରମିକ। ଠିକ୍ ସମୟରେ ଦରମା ମିଳୁନି। ଖାଇବାକୁ ଦେଉନାହାନ୍ତି ଠିକାଦାର। ଘରକୁ ଫେରିବାକୁ ଉଦ୍ୟମ କଲେ ମାଡ଼ ମାରିବା ସହ ମାରିଦେବାକୁ ଧମକ ଦିଆଯାଉଥିବା ଭଳି ସଂଗୀନ ଅଭିଯୋଗ ଆଣି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ସମସ୍ତ ଶ୍ରମିକ। ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି।

ଏହି ଶ୍ରମିକଙ୍କ ଭିତରେ ଅନେକ ପୁରୁଷ ଓ ମହିଳା ରହିଥିବା ବେଳେ ଅଧିକାଂଶ ଭଦ୍ରକ ଜିଲ୍ଲାର ଏବଂ କିଛି ପଶ୍ଚିମ ଓଡ଼ିଶାର ଆଦିବାସୀ ଶ୍ରମିକ ମଧ୍ୟ ସେଠାରେ ଫସିଥିବା ଜାଣିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲାରେ ଏହି 90 ଓଡ଼ିଶା ଶ୍ରମିକ ଫସିଥିବା ଜାଣିବାକୁ ମିଳିଛି। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଫେଲ୍ ମାରିଥିବା ବିଜେଡି ସରକାରଙ୍କ 24 ବର୍ଷର ଅପାରଗ ଶାସନରୁ ବାରମ୍ବାର ଉପୁଜୁଛି ଏଭଳି ସ୍ଥିତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Persecution of dadan workers in Andhra | Argus English