Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମେଡିକାଲରେ ଡାକ୍ତର ନାହାନ୍ତି, ପ୍ରତିବାଦରେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା

Odisha

ମେଡିକାଲରେ ଡାକ୍ତର ନାହାନ୍ତି, ପ୍ରତିବାଦରେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମେଡିକାଲରେ ଡାକ୍ତର ନାହାନ୍ତି, ପ୍ରତିବାଦରେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା

ଅର୍ଗସ ବ୍ୟୁରୋ: ପୁରୀ ପିପିଲର ବଳଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସବୁଦିନ ପାଇଁ ତାଲା ପକାଇବା ସହ ଲୋକଙ୍କ ପ୍ରତିବାଦ । ଡାକ୍ତର ନଥିବା ଯୋଗୁଁ ବିଦ୍ୟୁତ ଆଘାତରେ ଗୁରୁତର ବଳଙ୍ଗା ଅଞ୍ଚଳର ଯୁବକଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ  ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଯଦି ସଠିକ ସମୟରେ ବଳଙ୍ଗାରେ ପ୍ରାଥମିକ ଚିକିତ୍ସା ହୋଇଥାନ୍ତା ତେବେ ହୁଏତ ଯୁବକ ଜଣକ ବଞ୍ଚି ପାରିଥାନ୍ତେ।

ବଳଙ୍ଗା  ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା ଆଜିର ନୁହେଁ, ଦୀର୍ଘ ଦିନ ହେବ ଏଠାରେ କୌଣସି ଡାକ୍ତର ନିଜ ପଦବୀରେ ରହନ୍ତି ନାହିଁ। ଏଭଳି ପୂର୍ବରୁ ଡାକ୍ତର ନଥିବା ଯୋଗୁଁ ଅନେକ ଜୀବନ ହାନୀ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ମେଡିକାଲରେ ଡାକ୍ତର ନଥିବା ଏବଂ ମେଡିକାଲରେ ଯଦି ଏପରି ତାଲା ପଡିବ, ତେବେ ରୋଗୀ ଏବଂ ସାଧାରଣ ଲୋକଙ୍କ ଅବସ୍ଥା ହେବ କଣ। ଆଉ ଯଦି କାହାର କିଛି ହୋଇଯାଏ, ତେବେ ଦାୟୀ କିଏ ରହିବ ତାହା ବଡ ପ୍ରଶ୍ନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
People locked the primary health center in puri pipili | Argus English