Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁର ସମସ୍ୟାକୁ ନେଇ ତାତିଲେ ଲୋକେ

Odisha

ଗାଁର ସମସ୍ୟାକୁ ନେଇ ତାତିଲେ ଲୋକେ

Manini Pattanayak
Browse all articles by Manini Pattanayak
·2 years ago·1 min read
ଗାଁର ସମସ୍ୟାକୁ ନେଇ ତାତିଲେ ଲୋକେ

ଭଦ୍ରକ: ୱାର୍ଡର ବିଭିନ ସମସ୍ୟାକୁ ନେଇ ତାତିଲେ ୱାର୍ଡ ବାସୀ । ଦୀର୍ଘ ସମୟ ଧରି ଉଚ୍ଛେଦ ପାଇଁ ଯାଇଥିବା ଡ୍ରୋଜର ମେସିନ ସହ କର୍ମଚାରୀଙ୍କୁ ଅଟକ ରଖିଲେ ୱାର୍ଡର ଲୋକେ ।  ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବାସୁଦେବପୁର ପୌରପାଳିକାର ସାବରପୁର 15ନମ୍ବର ୱାର୍ଡ ରେ ।

ପୌର ପ୍ରଶାସନ ପକ୍ଷରୁ କରାଯାଉଥିବା ଉଚ୍ଛେଦରେ କିଛି ୱାର୍ଡ ବାସୀ ଉଚ୍ଛେଦରେ ପାତର ଅନ୍ତର କରୁଥିବା ଅଭିଯୋଗ କରି ଉଚ୍ଛେଦ କୁ ବନ୍ଦ କରି ମେସିନ କୁ ଫେରାଇ ଦେଇଥିଲେ । ଅନ୍ୟପଟରେ ୱାର୍ଡ ପାଇଁ ଆସିଥିବା ଉନ୍ନତି ମୂଳକ କାର୍ଯ୍ୟ ହେବା ପାଇଁ କିଛି ୱାର୍ଡ ଲୋକ ଫେରି ଯାଉଥିବା ମେସିନ କୁ ଅଟକାଇ କର୍ମଚାରୀଙ୍କୁ ଅଟକାଇଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ପରେ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People are worried about the problems of the village | Argus English