|
logo
Live

Argus News - ପାଟଣାଗଡ଼ରେ ବିଜେଡ଼ି ଦୁଇ ଫାଳ

Odisha

ପାଟଣାଗଡ଼ରେ ବିଜେଡ଼ି ଦୁଇ ଫାଳ

Jitendra Dash
Browse all articles by Jitendra Dash
·2 years ago·2 min read
ପାଟଣାଗଡ଼ରେ ବିଜେଡ଼ି ଦୁଇ ଫାଳ

Key Points

 

ପାଟଣାଗଡ଼ରେ ବିଜେଡ଼ି ଦୁଇ ଫାଳ
ପାଟଣାଗଡ଼ ବିଜେଡିକୁ ଏବେ ବଳରାମ ଅଡୁଆ 
ନିର୍ବାଚନ ମଣ୍ଡଳୀର ବିକଳ୍ପ ଭାବେ ଉଭା ହେଲେ ଦୁଇ ଯୁବ ନେତା
ଟିକେଟ ମିଳୁ କି ନମିଳୁ ଛିଡା କିନ୍ତୁ ହେବି
 

ଅର୍ଗସ ବ୍ୟୁରୋ : ଶିବାନନ୍ଦ ପରିଚ୍ଛା ପରେ ବଳରାମ ବଗର୍ତ୍ତୀଙ୍କ ବିଶାଳ ନିର୍ବାଚନୀ ସମାବେଶ । ନିର୍ବାଚନ ପୂର୍ବରୁ ପାଟଣାଗଡରେ ବିଜେଡି ଯୁବ ନେତାଙ୍କ ଶକ୍ତି ପ୍ରଦର୍ଶନ । ପାଟଣାଗଡର ବିବାଦୀୟ ବିଜେଡ଼ି ବିଧାୟକଙ୍କ ପାଇଁ କଣ୍ଟା ସାଜିବେ କି ଏହି ଦୁଇ ଯୁବ ନେତା ? ଅଚାନକ଼୍ ଆଶାୟୀଙ୍କ ଆବିର୍ଭାବ ଏବେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି । ନିକଟରେ ପାଟଣାଗଡ ଯୋଗୀମୁଣ୍ଡାରେ ବନ୍ଧୁ ମିଳନ କରି ବିଶାଳ କର୍ମୀ ସମାବେଶ କରିଥିଲେ ବଲରାମ ବଗର୍ତ୍ତୀ । ୫ ହଜାରରୁ ଅଧିକ ଲୋକ ସମାଗମ ହୋଇଥିବା ଏହି ସମାବେଶରେ ସିଧା ବିଧାୟକଙ୍କୁ ନିଶାନା କରିଥିଲେ ବଳରାମ । ଦାଦନ, ରୋଜଗାର, ଚାଷୀ ଆଦି ଅନେକ ସମସ୍ୟା ପାଇଁ ବିଧାୟକଙ୍କୁ ଦାୟୀ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ବି ଜୋର ଧରିଥିଲା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବନ୍ଧୁମିଳନକୁ ଭଣ୍ଡୁର କରିବା ପାଇଁ ବିଜେଡ଼ି ବିଧାୟକ ଉଦ୍ୟମ କରି ଫେଲ ମାରିଥିଲେ । ସମାବେଶ ପାଇଁ ଖେଳ ପଡିଆ ଅନୁମତି ଦେଇଥିବା ହେଡ ମାଷ୍ଟରଙ୍କୁ ଥାନାକୁ ନେଇ ଅଭିଯୋଗ କରାଇଥିଲେ ବିଧାୟକଙ୍କ ସମର୍ଥକ । ପରେ ବଳରାମ ଗୋଷ୍ଠୀ ଥାନାକୁ ଯାଇ ହେଡ୍ ମାଷ୍ଟରଙ୍କୁ ପଚାରିବା ପରେ ତାଙ୍କର କୌଣସି ଆପତ୍ତି ନଥିବା କହିଥିଲେ । ତେବେ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ବିଧାୟକଙ୍କ ଚକ୍ରାନ୍ତକୁ ଲୋକେ ନାପସନ୍ଦ କରିଛନ୍ତି । ଏବଂ ଟିକେଟ କଟିବା ଭୟରେ ବିଧାୟକ ଏଭଳି ହୀନ ରାଜନୀତି କରୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା I 

ଅଧିକ ପଢନ୍ତୁ ଓଡ଼ିଶା ଖବର

୧୯ ନିର୍ବାଚନ ପରଠୁ ବିବାଦରେ ରହୁଛନ୍ତି ବିଧାୟକ ସରୋଜ ମେହେର୍ । ହେଲେ ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ କରି ସେ ଏଯାଏ ବିବାଦରୁ ମୁକୁଳି ପାରି ନାହାନ୍ତି I ଆଗକୁ ନିର୍ବାଚନ ଆସୁଥିବାରୁ ଅନେକ ଯୁବ ଚେହେରା କ୍ଷେତ୍ର ପ୍ରସ୍ତୁତ କଲେଣି I ତେଣୁ କାଳେ ଟିକଟ କଟିଯିବ ସେ ଭୟରେ ବିଧାୟକଙ୍କ ମୁଣ୍ଡ ଟିଣ । ଦୁଇ ଦୁଇଟି ଯୁବ ଚେହେରା ସିଧାସଳଖ ଟିକେଟ ଦାବୀ ପରେ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ପାଟଣାଗଡ ବିଜେଡିର ଗୋଷ୍ଠୀକନ୍ଦଳ । ଯାହାକୁ ନେଇ ଟେନସନରେ ବିଧାୟକ ସରୋଜ ମେହେର । ତେବେ ସମୟ କହିବ ଆଗାମୀ ଦିନରେ ବିଜେଡି କାହାକୁ ଦେଉଛି ଟିକେଟ୍‌ ?

Sponsored
ପାଟଣାଗଡ଼ରେ ବିଜେଡ଼ି ଦୁଇ ଫାଳ | Argus English