ମୃତଦେହ ରଖି ଏସସିବି ମେଡିକାଲ ଫାଣ୍ଡି ଆଗରେ ରୋଗୀଙ୍କ ସମ୍ପର୍କୀୟଙ୍କ ଧାରଣା

କଟକ : କଟକ ଏସସିବିରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ । ପ୍ରତିବାଦ କରିବାରୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ମୃତଦେହ ରଖି ଏସସିବି ମେଡିକାଲ ଫାଣ୍ଡି ଆଗରେ ରୋଗୀଙ୍କ ସମ୍ପର୍କୀୟଙ୍କ ଧାରଣା । ଆଲୋଚନା ପରେ ଧାରଣାରୁ ଉଠିଲେ ରୋଗୀଙ୍କ ସମ୍ପର୍କୀୟ । ଅଭିଯୋଗ ଅନୁଯାୟୀ ପୁରୀ ଚନ୍ଦନପୁର ଅଞ୍ଚଳ ର ୨୨ ବର୍ଷର ବର୍ଷା ମାଝୀଙ୍କ ରାତ୍ର ସମୟରେ ହୃଦରୋଗ ଜନିତ ସମସ୍ୟା ଯୋଗୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି ହୋଇଥିଲେ।
ଏହାପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଏସିସିବି ମେଡିକାଲ ରେଫର କରାଯାଇଥିଲା। ପ୍ରଥମେ କାଜୁଆଲଟି ରେ ଚିକିତ୍ସା ହେବା ସମୟରେ ତାଙ୍କର ମୃତ୍ୟ ହୋଇଥିଲା। କିଭଳି ଭାବେ ଡେଥ ସାଠିଫିକେଟ ବାହାରିବ ସେନେଇ ପରିବାର ପକ୍ଷରୁ କାର୍ଯ୍ୟରତ ଥିବା ଷ୍ଟାଫ କୁ ପ୍ରଶ୍ନ କରିଥିଲେ କିନ୍ତୁ ଷ୍ଟାଫଙ୍କ ସହ ବଚସା ହେବାରୁ ମେଡିକାଲ ସିକ୍ୟୁରୀଟି ଷ୍ଟାଫ ପକ୍ଷରୁ ଉକ୍ତ ମୃତକ ଙ୍କ ପରିବାର ଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ କରିଚନ୍ତି ମୃତକଙ୍କ ମାଇଁ ସୁକାନ୍ତି ପ୍ରଧାନ। ତେବେ ସ୍ଥିତି ଏତେ ବିଗିଡି ଯାଇଥଲା ଯେ ସ୍ଥାନୀୟ ଫାଣ୍ଡି ର କର୍ମଚାରି ଆସି ମୃତକ ପରିବାର ର ଜଣେ ସଦସ୍ୟ ଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର। ତେବେ ଘଟଣା କୁ ଆଧାର କରି ପୋଲିସ ମୃତକଙ୍କ ପରିବାର ସହ ଆଲୋଚନା କରିବା ପରେ ମୃତ ଦେହକୁ ଉଠାଇଥିଲେ ପରିବାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର