ମନମୋହୁଛି ପର୍ଯ୍ୟଟନସ୍ଥଳୀ ପର୍ଶୁରାମ କୁଣ୍ଡ

ଅର୍ଗସ ବ୍ୟୁରୋ: ରାମାୟଣର କଥାବସ୍ତୁ ହେଉ ଅବା ପୁରାଣ ବନିତ ଐତିହ୍ୟ, ସଂସ୍କୃତିକୁ ଆଜି ବି ସତେଜ କରୁଥିବା ଗଞ୍ଜାମ ଜିଲ୍ଲାର ମନୋରମ ପର୍ଯ୍ୟଟନସ୍ଥଳୀ ହେଉଛି ପର୍ଶୁରାମ କୁଣ୍ଡ। ଇତିହାସ କୁହେ ଭଗବାନ ପର୍ଶୁରାମ ନିଜ ମା’ଙ୍କୁ ହତ୍ୟା କରିବା ପରେ ପାପରୁ ମୁକ୍ତି ପାଇଁ ପାହାଡ଼ି ଜଙ୍ଗଲ ଝରଣା ଭିତରେ ଥିବା ସୁନସାନ ସ୍ଥାନ ତଥା ମହେନ୍ଦ୍ରଗିରି ପାହାଡର ପାଦଦେଶ ତଥା ଏହି ସ୍ଥାନରେ ତପସ୍ୟା କରିଥିଲେ ଆଉ ତିଳତର୍ପଣ ପାଇଁ ଏହି ସ୍ଥଳକୁ ବାଛିଥିଲେ । ଏମିତିକି ଆଜି ବି ଭଗବାନ ପର୍ଶୁରାମ ଏଠାରେ ତପସ୍ୟାରତ ବୋଲି ମଧ୍ୟ ମହେନ୍ଦ୍ରଗିରି ପାହାଡର ପିଠାଧିସର ଦଣ୍ଡାସ୍ବାମୀ ଭାସ୍କର ତୀର୍ଥ ନିଜେ ମତ ରଖିଛନ୍ତି। ସ୍ବାମୀଜିଙ୍କ କହିବା କଥା କୁଳାଚଳ ପର୍ବତ ମହେନ୍ଦ୍ରଗିରିର ପାଦଦେଶର ଏହି ସ୍ଥାନରେ ଭଗବାନ ପର୍ଶୁରାମ ପ୍ରତ୍ୟେହ ସମୟରେ ତପ,ଜପ କରନ୍ତି। ହେଲେ ବିଡମ୍ବନା ବିଷୟ ଏତେବଡ଼ ଐତିହ୍ୟ ସ୍ଥଳୀକୁ ଦେଖିଲେ ଲାଗୁଛି ରାଜ୍ୟ ସରକାରଙ୍କ କୌଣସି ନିଘାନାହିଁ ।
ଏହାସହ ଏଠାରେ ଥିବା ଚିରସ୍ରୋତା ଝରଣାକୁ ନେଇ ସ୍ଥାନୀୟ ଲୋକଙ୍କ ଦାବି ପରେ କ୍ଷୁଦ୍ର ଜଳସେଚନ ବିଭାଗ ଏହି ପ୍ରକଳ୍ପର ପୁନଃରୁଦ୍ଧାର ନିମନ୍ତେ 2 କୋଟି 20 ଲକ୍ଷ 74 ହଜାର 263 ଟଙ୍କା ବ୍ୟୟବରାଦ ହୋଇଛି ସତ କିନ୍ତୁ ବର୍ଷ ପରେ ବର୍ଷ ସରୁଛି । ପ୍ରକଳ୍ପ କିନ୍ତୁ ଅଧାପନ୍ତରିଆ ଭାବେ ପଡିରହିଛି। ବଡ଼କଥା ହେଲା ଏବେ ମଧ୍ୟ ପ୍ରତ୍ୟେକଦିନ ଅନେକ ସଂସ୍କୃତିପ୍ରେମୀ ତଥା ପର୍ଯ୍ୟଟକ ଏହି ପର୍ଶୁରାମକୁଣ୍ଡ କୁ ଯାଇଥାନ୍ତି ଐତିହ୍ୟର ସ୍ମୁତି ସାଉଁଟିବାକୁ। କିନ୍ତୁ ଗଲାବେଳେ ରାସ୍ତା ହେଉ ଅବା ବିକାଶକୁ ନେଇ ଯେତିକି ଦୁଃଖ କରନ୍ତି ପର୍ଶୁରାମକୁଣ୍ଡକୁ ଦେଖିବା ପରେ ଏବଂ ଐତିହର ସ୍ମୁତିକୁ ସାଉଁଟିବା ପରେ ସମସ୍ତଙ୍କ ମନକୁ ସେତିକି ଆତ୍ମସନ୍ତୋଷ ମିଳେ ବୋଲି କୁହନ୍ତି ପର୍ଯ୍ୟଟକ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: