ଜଗନ୍ନାଥଙ୍କୁ ନେଇ ରାଜନୀତି : ଏକା ସାଙ୍ଗରେ ଇସ୍ତଫା ଦେଲେ ୨୨ ସରପଂଚ

Key Points
- ଜଗନ୍ନାଥ ନାଁରେ ଦୁର୍ନୀତି
- ଇସ୍ତଫା ଦେଲେ ୨୨ ସରପଞ୍ଚ
- ପୋଲ ଖୋଲିଗଲା ବିଜେଡି ସରକାରର
ଅର୍ଗସ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପରେ ସାଙ୍ଘାତିକ ଦୁର୍ନୀତି ହୋଇଛି । ପ୍ରକଳ୍ପ କାମରେ ତ ଯାହା ଦୁର୍ନୀତି ହୋଇଛି ହୋଇଛି ପ୍ରକଳ୍ପ ଲାଗି ଚାଲିଥିବା ଅର୍ପଣ ରଥ ଓ ପୁରୀ ଯିବା ପାଇଁ ଯେଉଁ ବସ ଯୋଜନା କରି ଲକ୍ଷଲକ୍ଷ ଟଙ୍କା ହଡପ କରିବାକୁ ଚକ୍ରାନ୍ତ ହୋଇଛି ତାହାକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ କେନ୍ଦୁଝର ତେଲକୋଇରେ ୨୨ ଜଣ ସରପଂଚ ଏହାକୁ ବିରୋଧ କରି ଇସ୍ତଫା ଦେଇଥିବାରୁ ଏବେ ଚର୍ଚ୍ଚା ଜୋର ।
କାଳିଆ ନାଁରେ ଦୁର୍ନୀତି । ସରକାରୀ ଯୋଜନା ଆମକୁ ଦରକାର ନାହିଁ କି ପଦବୀ ବି ଦରକାର ନାହିଁ । କିଛି ଏମିତି ଚିନ୍ତା କରି ଉପ-ଜିଲ୍ଲାପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ସରପଂଚ । ଜଣେ କି ଦୁଇଜଣ ନୁହେଁ ବରଂ ତେଲକୋଇ ବ୍ଲକର ସମସ୍ତ ୨୨ ଜଣ ସରପଞ୍ଚ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କାରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ଅର୍ପଣ ରଥ ଓ ଲୋକଙ୍କ ପୁରୀ ଯିବା ପାଇଁ ଆସିଥିବା ଟଙ୍କାରେ ବଡ଼ ଧରଣର ଅନିୟମିତା ହେଉଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି ସରପଞ୍ଚ ।
ଜାଣିଆଶ୍ଚର୍ଯ୍ୟ ହେବେ କି ନିର୍ବାଚନ ପାଖେଇ ଆସୁଥିବାରୁ ତରତର ହୋଇ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେଉଥିବା ବିରୋଧୀ ପୂର୍ବରୁ ଅଭିଯୋଗ ଆଣିଥିଲେ । ହେଲେ ସରପଂଚ ଯେମିତି ଭାବରେ ଇସ୍ତଫା ଦେଲେ ତାହାକୁ ନେଇ ଏବେ ତେଜୁଛି ରାଜନୀତି । ସରପଂଚଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କର ମୌଳିକ ଓ ଗଣତାନ୍ତ୍ରିକ ଅଧିକାର ଏବେ କ୍ଷୂର୍ଣ୍ଣ ହୋଇଛି । ଏମିତିକି ପୁରୀ ଯିବା ପାଇଁ ସରକାର ପ୍ରତି ପଂଚାୟତକୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେଉଥିବା ବେଳେ ପ୍ରଶାସନ ମାତ୍ର ୧ ଲକ୍ଷ ଟଙ୍କାଏଁ ଦେଉଛି । ଯାହାକୁ ବିରୋଧ କରିବା ସହ ସମୂହ ଇସ୍ତଫା ଦେଇଛନ୍ତି ୨୨ ସରପଂଚ ।
ଅଭିଯୋଗ ଅନୁସାରେ, ସରପଂଚଙ୍କୁ ସମ୍ବିଧାନ ଯେତିକି କ୍ଷମତା ଦେଇଛି ସେହି ଅନୁସାରେ ତାଙ୍କୁ କ୍ଷମତା ମିଳୁନାହିଁ । ଏମିତିକି ମାତ୍ରାଧିକ ପ୍ରଶାସନିକ କଳର ହସ୍ତକ୍ଷେପ ଯୋଗୁଁ ଲୋକଙ୍କ କାମ ହେଉନଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ସରପଂଚ । ସେପଟେ ତେଲକୋଇ ବିଡିଓ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ ଚାଲୁଛି । ସମସ୍ତଙ୍କୁ ସହଯୋଗ ମିଳୁଛି ।
📱 Get Argus News App
✨
ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଜେଡି । ହେଲେ ଗ୍ରାଉଣ୍ଡ ଜିରୋରେ ସ୍ଥିତି କିନ୍ତୁ ପୂରା ଭିନ୍ନ । ଯଦି ସରପଂଚମାନେ ଏମିତି ଇସ୍ତଫା ଦେବେ ତେବେ ନିର୍ବାଚନରେ ବିଜେଡିର ସ୍ଥିତି କଣ ହେବ ତାହା ଏବେଠୁ ଜଳଜଳ ହୋଇ ଦିଶୁଛି ।
(ତେଲକୋଇରୁ ବିକ୍ରମ ଚୌହାନଙ୍କ ରିପୋର୍ଟ)