Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାରାଦ୍ୱୀପ: ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି

Odisha

ପାରାଦ୍ୱୀପ: ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାରାଦ୍ୱୀପ: ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ:  ଓଡ଼ିଆ ଜାତିର ଅନନ୍ୟ ପରମ୍ପରା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱର୍ଣ୍ଣିମ ଇତିହାସର ପ୍ରତୀକ, ବୋଇତ ବନ୍ଦାଣ ଉତ୍ସବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ପାରାଦ୍ୱୀପ ବନ୍ଦର ପକ୍ଷରୁ କରାଯାଇଛି ଭବ୍ୟ ଆୟୋଜନ। ଏଥର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓଡ଼ିଶାର ଗୌରବ, ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯିଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ତ୍ତିକ ପୂର୍ଣ୍ଣିମା ସକାଳେ କରିବେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ । ଏଥିପାଇଁ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଆୟୋଜନ ।

ପୂର୍ବାହ୍ନ 10ଟାରେ ପାରାଦ୍ବୀପ ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚି ବନ୍ଦର ନିଷିଦ୍ଧାଞ୍ଚଳରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବେ। ଏହାପରେ ପାରାଦ୍ବୀପ ନେହେରୁ ବଙ୍ଗଳାରେ ମତ୍ସ୍ୟଜୀବୀଙ୍କୁ ସାକ୍ଷାତ କରିବେ ମହାମହିମ । ପାରାଦ୍ବୀପରେ ରାଷ୍ଟ୍ରପତି ପ୍ରାୟ ଛଅ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଭୁବନେଶ୍ବର ଫେରି ସୋମବାର ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ 30 ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ରିହର୍ସାଲ୍ କରାଯାଇଛି । ସପ୍ତାହକ ମଧ୍ୟରେ ଏହା ରାଷ୍ଟ୍ରପତିଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ। ଗତ ସପ୍ତାହରେ ନିଜ ମାତୃଭୂମି ମୟୂରଭଞ୍ଜ ସମେତ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paradeep: The president will join the celebration of kartika purnima | Argus English