Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅସଜଡାକୁ ସଜାଡିବାକୁ ଗଞ୍ଜାମରୁ ଲଢିବେ ପାଣ୍ଡିଆନ୍‌ ?

Odisha

ଅସଜଡାକୁ ସଜାଡିବାକୁ ଗଞ୍ଜାମରୁ ଲଢିବେ ପାଣ୍ଡିଆନ୍‌ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଅସଜଡାକୁ ସଜାଡିବାକୁ ଗଞ୍ଜାମରୁ ଲଢିବେ ପାଣ୍ଡିଆନ୍‌ ?

Key Points

  • ଗଂଜାମ ସ୍ଥିତି ଗମ୍ଭୀର
  • ସଜାଡିବାକୁ ଯେତେ ଚେଷ୍ଟା କଲେ ବି ହେଉନି
  • ପ୍ୟାଚ୍‌ ପକାଇଲେ ବି ପଡୁନି
  • ପାଣ୍ଡିଆନ୍‌ କରିବେ କଣ ?

ଅର୍ଗସ ବ୍ୟୁରୋ: ଦିନେ ଯେଉଁ ନିର୍ବାଚନ ମଣ୍ଡଳୀ ବିଜେଡିକୁ ବଳ ଦେଉଥିଲା ଆଜି ସେହି ନିର୍ବାଚନ ମଣ୍ଡଳୀ ଦଳ ଲାଗି କାଳ ସାଜିଲାଣି । ତେର ତେରୋଟି ନିର୍ବାଚନ ମଣ୍ଡଳୀରେ ଫାଟ ପୂରା ଜଳ ଜଳ ହୋଇ ଦିଶୁଛି । ଫାଟ ଏମିତି ହେଲାଣି ଯେ ଯାହା କଲେ ବି କିଛି ହେଉନି । ବିପ୍ଳବଙ୍କଠୁ ନେଇ ପ୍ରଦୀପ...ଏମାନଙ୍କ ଲାଗି ଏବେ ଦଳ ହରଡଘଟଣାରେ । ଯେତେକେସ୍ତେ ଗଡ଼ ବଂଚାଇବାକୁ ଚେଷ୍ଟା ଚାଲିଥିଲେ ବି ଦଳ ସେଥିରେ ସଫଳ ହେଉନି । କେମିତି କଣ ହେବ ସେନେଇ ଅଙ୍କ କଷି କଷି ହାଲିଆ ହେଲେଣି ପାଣ୍ଡିଆନ୍‌ । ବୋଧହୁଏ ସେଇଥି ଲାଗି ଜିଲ୍ଲାରୁ ପ୍ରାର୍ଥୀ ହେବାକୁ ସେ କାଳେ ମନ ବଳାଉଛନ୍ତି ।

ଗୋପାଳପୁରର ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କର ପୂର୍ବତନ ଖାସ୍‌ କୁହାଯାଉଥିବା ପ୍ରଦୀପ ପାଣିଗ୍ରାହୀ ଏବେ ଦଳ ପାଇଁ ସାଜିଛନ୍ତି କଣ୍ଟା । ଦଳରେ ସେ ଏତେ ପାୱାରଫୁଲ ଥିଲେ ସବୁ ଗହୀର କଥା ସେ ଜାଣିଛନ୍ତି । ତେଣୁ ପ୍ରେସମିଟ୍‌ ହେଉ କି ବାଇଟ୍‌ ଦେଇ ଅକଳରେ ପକାଉଛନ୍ତି ମୁଖିଆକୁ । ପାଣ୍ଡିଆନ କେମିତି ମିଛ କୁହନ୍ତି, ମିଟିଂରେ କେମିତି ତାଙ୍କ ଇସାରାରେ ସବୁ କିଛି ହୁଏ ସବୁ କଥାର ଭାଣ୍ଡାଫୋଡ୍‌ ବି ସେ କରୁଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ବି ଦବଦବା ରହିଛି । ତେଣୁ କେମିତି ତାଙ୍କୁ ଚେକ୍‌ ଦେବ ବିଜେଡି ସେନେଇ ପ୍ଲାନ୍‌ କରିବା ସହିତ ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି ।

ଏପଟେ ଭିତିରିଆ ନିର୍ଦ୍ଦେଶନାମା ପାଇ ନିଜ ନିର୍ବାଚନ ମଣ୍ଡଳୀ ଛାଡି ଗୋପାଳପୁରରେ ଡେରା ପକାଇଲେଣି ବିକ୍ରମ । ହେଲେ ପ୍ରଦୀପ ବି କିଛି କମ ନୁହନ୍ତି । ୨୦ ବର୍ଷର ଦଳରେ ଥିବା ଅଭିଜ୍ଞତା ଥିବାରୁ ସବୁ କଥା ତାଙ୍କୁ ଜଣା । ସେପଟେ ଇଜ୍ଜତ ବଂଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ବିଜେଡି । ଗୋଟିଏ ପଟେ ଗଂଜାମରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଥିବା ବେଳେ ପାଣ୍ଡିଆନ୍‌ଙ୍କ ନଜର ବି ସେହି ଜିଲ୍ଲାରେ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟର ୧୪୭ ବିଧାନସଭା ଆସନରୁ ଆପାତତଃ ସବୁ ସ୍ଥାନରେ ବିଜେଡି ମଧ୍ୟରେ କନ୍ଦଳ ରହିଛି । ତେଣୁ କେମିତି ନିଜ ଗଡ ବଂଚାଇବ ବିଜେଡି ସେନେଇ ଶଙ୍ଖ ଭବନ ଓ ନବୀନ ନିବାସରେ ଚାଲିଛି ମାନସମନ୍ଥନ ।
 

Sponsored
Pandian | Argus English