Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

Smruti Parija
Browse all articles by Smruti Parija
·2 years ago·2 min read
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

ପୁରୀ:  ପୁରୀରେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଆଜି ସନ୍ଧ୍ୟାରେ ପୁରୀ ଗସ୍ତରେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାକୁ ଥିବାବେଳେ ଏନେଇ ସମସ୍ତ ପ୍ରସ୍ତୁତି ବିଷୟରେ ସମୀକ୍ଷା କରିଥିଲେ । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟକୁ ସଫଳ କରାଇବା ପାଇଁ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ପୁରୀ ଆସି ସମସ୍ତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପରିକ୍ରମା ପ୍ରକଳ୍ପ ଉଦଘାଟନ ନେଇ ହାତରେ ମାତ୍ର ଆଉ ଅଳ୍ପ ଦିନ ଥିବାବେଳେ ଆଜି ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ ଓ ଅନ୍ୟ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । 

ଆସନ୍ତା ୧୧ ତାରିଖ ସୁଦ୍ଧା ସବୁ ନିର୍ମାଣ କାର୍ଯ୍ୟ ସାରିବାକୁ 5T ଅଧ୍ୟକ୍ଷ ପ୍ରକଳ୍ପ ନିର୍ମାଣ ଦାୟିତ୍ବ ନେଇଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ ଓ ଟାଟା ପ୍ରୋଜେକ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ 5T ଅଧ୍ୟକ୍ଷ ଶ୍ରୀମନ୍ଦିର ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥଲେ । ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟ, ମଠ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଯଥାଶିଘ୍ର ସବୁ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଶ୍ରୀଜଗନ୍ନାଥ ବଲ୍ଲଭରୁ ଦୋଳ ବେଦୀ ଯାଏଁ ହେଉଥିବା ନୂଆ ଶ୍ରୀମାର୍ଗ ରାସ୍ତାର ଅଗ୍ରଗତି ତଦାରଖ କରିଥିଲେ । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ପରେ 5T ଅଧ୍ୟକ୍ଷ ଶ୍ରୀଜଗନ୍ନାଥ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀସେତୁ କାର୍ଯ୍ୟର ତଦାରଖ କରିଥିଲେ । ଏହାର ସବୁ କାର୍ଯ୍ୟ ଧାର୍ଯ୍ୟ ସମୟ ଅନୁଯାୟୀ ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । 5T ଅଧ୍ୟକ୍ଷଙ୍କ ସହ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓବିସିସି ଓ ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥତ ଥିଲେ। 
 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Pandian reviewed the parikrama-prakalpa project of puri temple | Argus English