|
logo
Live

Argus News - ଆଉ ଚଳିବନି ପ୍ରକ୍ସି ନୀତି ! ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଛାଟ

Odisha

ଆଉ ଚଳିବନି ପ୍ରକ୍ସି ନୀତି ! ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଛାଟ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଆଉ ଚଳିବନି ପ୍ରକ୍ସି ନୀତି ! ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଛାଟ

Key Points

  • ସାବଧାନ ଠକ ସରପଂଚ
  • ଆଉ ଚଳିବନି ଚାଲାଖି 
  • ଚେତାବନୀ ଦେଲା ପଞ୍ଚାୟତରାଜ ବିଭାଗ

ଅର୍ଗସ ବ୍ୟୁରୋ: ସରପଂଚ ସ୍ତ୍ରୀ, ହେଲେ ସବୁ କାମ କରୁଛନ୍ତି ସ୍ଵାମୀ ଆଉ ଦିଅର । ମାଡାମ ଅଫିସ ଯାଆନ୍ତି ନାହିଁ କି କିଛି ବୁଝନ୍ତି ନାହିଁ । ବରଂ କାଗଜକଲମରେ କେବଳ ମାରନ୍ତି ଦସ୍ତଖତ । ଇଏ ଗୋଟିଏ କି ଦୁଇଟା ପଂଚାୟତର କଥା ନୁହେଁ । ରାଜ୍ୟରେ ଏମିତି ଅନେକ ପଂଚାୟତ ଅଛି ଯେଉଁଠି ସରପଂଚ ମହିଳା ଅଛନ୍ତି । ହେଲେ ଦୁଃଖର କଥା ସେମାନେ କିଛି ବୁଝନ୍ତି ନାହିଁ କି ଅଫିସ ଯାଆନ୍ତି ନାହିଁ । ସ୍ଵାମୀ ଓ ଦିଅରମାନେ ସବୁ କଥା ବୁଝୁଥିବା ଅଭିଯୋଗ ଆସିଛି । ଆଉ ମାମଲା ଯାଇ ପହଞ୍ଚିଛି ହାଇକୋର୍ଟରେ । ଘଟଣାର ଗୁରୁତ୍ଵକୁ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପଂଚାୟତରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ମିଳିବା ପରେ ଏବେ ଚର୍ଚ୍ଚାରେ ମହିଳା ସରପଂଚ ।

ସ୍ଵଚ୍ଛ ଶାସନର ବାର୍ତ୍ତା ଦେଇ ରାଜ୍ୟରେ କେମିତି ପ୍ରକ୍ସି ସରକାର ଚାଲୁଛି ତାହା ଆଉ ଖୋଲିକି କହିବାର ଆବଶ୍ୟକତା ନାହିଁ । କାରଣ ମୁଖ୍ୟମନ୍ତ୍ରୀ କେବଳ ଦସ୍ତଖତ କରୁଛନ୍ତି ହେଲେ ପାଣ୍ଡିଆନ ସରକାର ଚଳାଉଛନ୍ତି । ଯେହେତୁ ରାଜ୍ୟର ମୁଖିଆ ହେବା ପରେ ବି ପ୍ରକ୍ସି କାମରେ ନବୀନ ବାବୁ ବିଶ୍ଵାସ ରଖୁଛନ୍ତି ତେଣୁ ସରପଂଚ ବୋଧହୁଏ ତାଙ୍କଠୁ ଅନୁପ୍ରାଣିତ ହୋଇଛନ୍ତି । ସେଇଥି ଲାଗି ନିଜେ ପଦବୀରେ ଥିବା ପରେ ବି ଶାସନ ଡୋରି ବାନ୍ଧିଦେଇଛନ୍ତି ସ୍ଵାମୀ-ଦିଅରଙ୍କ ହାତରେ । କାରଣ ଏବେ ରାଜ୍ୟର ଶାସନ ବ୍ୟବସ୍ଥାକୁ ଯଦି ନିରିଖେଇ ଦେଖିବେ ତେବେ ସବୁ ଜାଣିପାରିବେ, କାରଣ ଏଇଠି ସବୁ ଶାସନ ସଚିବଙ୍କଠୁ ବଡ଼ ଫାଇଭ-ଟି ଚେୟାରମ୍ୟାନ । ଯାହାକୁ ନେଇ ଅନେକ ସମୟରେ ପ୍ରଶ୍ନ କରିଛନ୍ତି ବିରୋଧୀ । ଆଉ ଏବେ ପ୍ରକ୍ସି ସରପଂଚର କଥା ସାମ୍ନାକୁ ଆସିବାରୁ ପୁଣି ବଢିଲାଣି ଚର୍ଚ୍ଚା । 

ନଭେମ୍ବର ମାସରେ ଏମିତି ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିବା ପରେ ଚେତିଥିଲା ସ୍ଵାସ୍ଥ୍ୟ ବିଭାଗ । ଏମିତିକି ବିଭାଗର ସଚିବ ସୁଶୀଲ କୁମାର ଲୋହାନି ଜିଲ୍ଲାପାଳଙ୍କୁ ଚିଠି ଦେଇ କହିଛନ୍ତି, ଛାୟା ସରପଂଚଙ୍କ ସମ୍ପର୍କରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ । ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ସରପଂଚଙ୍କ ବିରୋଧରେ ଶୃଙ୍ଖଳାଗତ ଆକ୍ସନ ନେବାକୁ ନିର୍ଦ୍ଦେଶ ବି ଦିଆଯାଇଛି । ଖାଲି ଏତିକି ନୁହେଁ ବରଂ ଛାୟା ସରପଂଚଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ରହିଛି । ହେଲେ ପ୍ରକ୍ସି ସରପଂଚ ପରମ୍ପରା ଏଥିରେ ସାଙ୍ଘାତିକ ବାଧା ସୃଷ୍ଟି କରୁଛି । ଯାହାର ଗୁମର ଖୋଲିଛନ୍ତି ଖୋଦ ସରକାର । 

 

Sponsored
ଆଉ ଚଳିବନି ପ୍ରକ୍ସି ନୀତି ! ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଛାଟ | Argus English