Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାଷୀଙ୍କ ପାଇଁ ଦୁର୍ଦ୍ଦିନ, ନକଲି କୀଟନାଶକରେ ଜଳିଯାଉଛି ଧାନ ଗଛ

Odisha

ଚାଷୀଙ୍କ ପାଇଁ ଦୁର୍ଦ୍ଦିନ, ନକଲି କୀଟନାଶକରେ ଜଳିଯାଉଛି ଧାନ ଗଛ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଚାଷୀଙ୍କ ପାଇଁ ଦୁର୍ଦ୍ଦିନ, ନକଲି କୀଟନାଶକରେ ଜଳିଯାଉଛି ଧାନ ଗଛ

ଅର୍ଗସ ବ୍ୟୁରୋ:  ଚକଡା ପୋକ ଚରିଗଲେ। କିଛି ବୁଦ୍ଧିବାଟ  ଦିଶିଲାନି । ଶେଷରେ ବଲାଙ୍ଗିର ପୁଇଁତଲା ଥାନା ବୁବେଲ ଗାଁର ଚାଷୀ ରମେଶ ଭୋଇ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଇଏ ହେଉଛି ରମେଶଙ୍କ ଚାଷ ଜମି।  ହାତ ଉଧାରି କରି ୧୦ଏକର ଜାଗାରେ ଧାନ ଚାଷ କରିଥିଲେ ରମେଶ। ଫସଲରେ ଚକଡା ପୋକ ମାଡିଯାଇଥିଲେ। କୀଟନାଶକ ପ୍ରୟୋଗ କରିଥିଲେ ବି ନିୟନ୍ତ୍ରଣକୁ ନ ଆସିବାରୁ ଶେଷରେ ରମେଶ ସେହି ବିଲରେ ହିଁ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର । ରୋଗ ପୋକ ନିୟନ୍ତ୍ରଣ ପାଇଁ  ଚାଷୀଙ୍କୁ  କୌଣସି ସରକାରୀ ସହାୟତା ମିଳୁନଥିବା ବେଳେ ଚାଷୀ ଏଠି ଜୀବନ ହାରୁଛି। ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଲୋଇସିଂହା ବିଧାୟକ।

ଗୋଟିଏ ପଟେ କୀଟନାଶକ କାମ ନଦେବାରୁ ଚାଷୀ ଜୀବନ ହାରିଥିବା ବେଳେ ବାଲେଶ୍ୱର ଭୋଗରାଇରେ ନକଲି କୀଟନାଶକରେ ଜଳିପୋଡି ନଷ୍ଟ ହେଉଛି ଚାଷ। ଭୋଗରାଇ ବ୍ଲକର ଦାହୁଣଦା ପଞ୍ଚାୟତରେ ସର୍ବାଧିକ ରବି ଧାନ ଚାଷ ହୋଇଥାଏ । ପଞ୍ଚାୟତରେ ୯୦ ପ୍ରତିଶତ ପରିବାର ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ଏହା ପଶ୍ଚିମବଙ୍ଗ ସୀମାନ୍ତରେ ଅବସ୍ଥିତ ହୋଇଥିବାରୁ ଏଠାରେ ପଶ୍ଚିମବଙ୍ଗର ନକଲି ସାର ଓ କୀଟନାଶକ ଔଷଧ ଖୁଲମଖୁଲା ବିକ୍ରି ହେଉଛି। ଯାହାର ପରିଣାମ ଆପଣଙ୍କ ଆଖି ସାମ୍ନାରେ।

ଫସଲ ନଷ୍ଟର କାରଣ ଯାହା ବି ହେଉ ଚାଷୀ ଆତ୍ମହତ୍ୟା ମାନିବାକୁ ନାରାଜ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ମତରେ ଚାଷ ପାଇଁ ନୁହେଁ ବରଂ ପାରିବାରିକ କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ଆତ୍ମହତ୍ୟା କରୁଛନ୍ତି ଚାଷୀ।   ରାଜ୍ୟ ସରକାରଙ୍କ ହିସାବ କହୁଛି ଗତ 10 ବର୍ଷରେ 78 ଚାଷୀ  ଆତ୍ମହତ୍ୟା କରିଥିବା ବେଳେ ଏଥରୁ ଜଣେ ବି ରୁଣବୋଝ କି ଫସଲ ହାନୀଯୋଗୁ ଜୀବନ ହାରିନାହାଁନ୍ତି। ସେପଟେ ଲୋକସଭାର ତଥ୍ୟ କହୁଛି 10 ବର୍ଷରେ 401 ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।  ବଡ ପ୍ରଶ୍ନ, ଚାଷୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦୋମୁହାଁ ଚରିତ୍ର କାହିଁକି ? ସତ ମାନିଲେ ଧରାପଡିଯିବ କି ସରକାରଙ୍କ ମିଛ ଚାଷୀ ଦରଦ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
Paddy trees are burning with fake pesticides | Argus English