Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୋଟ୍‌ ପୂର୍ବରୁ ହଁ କହିଥିଲେ, ଭୋଟ୍‌ ପରେ ଭୁଲିଗଲେ !

Odisha

ଭୋଟ୍‌ ପୂର୍ବରୁ ହଁ କହିଥିଲେ, ଭୋଟ୍‌ ପରେ ଭୁଲିଗଲେ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଭୋଟ୍‌ ପୂର୍ବରୁ ହଁ କହିଥିଲେ, ଭୋଟ୍‌ ପରେ ଭୁଲିଗଲେ !

Key Points

  • ଅମଳ ବେଳେ ଆନ୍ଦୋଳନ
  • ଚାଷୀଙ୍କୁ ଅଣଦେଖା କରୁଛି ବିଜେଡି ସରକାର
  • ଚାଷ ଭାଇଙ୍କ କାଳ ବିଜୁ ଜନତା ଦଳ

ଦାବି ଦାବି ପାଇଁ ରାଲି କରି ମାଡି ଆସିଥିଲେ ଚାଷୀ ଭାଇ । ହେଲେ ସେ ଦୃଶ୍ୟ ଦେଖିବା ପରେ ମନରେ ପ୍ରଶ୍ନ ଆସୁଥିବ କି, ଅମଳ ବେଳେ ଚାଷୀ ଏମିତି ଆନ୍ଦୋଳନକୁ କିଆଁ ଓହ୍ଲାଇଲେ ? ପେଟ ଯେତେବେଳେ ପୋଡିଯିବ ସେତେବେଳେ ଆନ୍ଦୋଳନ କରିବେ ନି କରିବେ କଣ ? କାରଣ ମାସେ କି ଦୁଇମାସ ନୁହେଁ ବରଂ ବର୍ଷବର୍ଷ ହେଲାଣି ଚାଷୀଙ୍କ ପେଟକୁ ନାତ ମାରିଛି ବିଜେଡି ସରକାର । ଆଉ ସେଇଥି ଲାଗି ଏବେ ଗର୍ଜନ କରୁଛନ୍ତି ଚାଷୀ ଭାଇ । ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ଷେରୁ ଅଧିକ ସମୟ ହେଲାଣି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣ ଦେଉଛନ୍ତି ଚାଷୀ ।

ଆଜି ନୁହେଁ ବରଂ ୨୦୨୧ରୁ ମରୁଡ଼ି ଇନ୍ ପୁଟ ସବସିଡି ଓ ବୀମା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ । ଉପନିର୍ବାଚନ ବେଳେ ମିଳିଥିଲା ସରକାରୀ ପ୍ରତିଶ୍ରୁତି। ହେଲେ ପ୍ରତିଶ୍ରୁତି ହେଲା ପାଣିର ଗାର । ଏଯାଏଁ ଚାଷୀଙ୍କୁ ମିଳିଲାନି ଟଙ୍କା । ୭୨ ହଜାର ହେକ୍ଟର ଜମିରେ ନଷ୍ଟ ହେଲା ଫସଲ । ଅନେକ ଆନ୍ଦୋଳନ ପରେ  ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ, ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା । ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ। 

ପଦ୍ମପୁର ଚାଷୀଙ୍କୁ ସରକାର କେବଳ ଧୋକା ଦେଲେ ତାହା ନୁହେଁ ବରଂ ପୂରା ଜିଲ୍ଲାବାସୀଙ୍କୁ ମିଛ କହିଥିଲେ । ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ହଁରେ ହଁ ସିନା କରିଦେଲେ ହେଲେ ପୂରଣ କିଛି କଲେନି । ସେଇଥି ଲାଗି ତ ବଡ ସମାବେଶ କରି ସରକାରକୁ ପାନେ ଦେବାକୁ ସଜ ହେଉଛି କୃଷକ ସଂଗଠନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଚାଷୀଙ୍କୁ ନ୍ୟାୟ ନମିଳିବା ପ୍ରସଙ୍ଗରେ ରୋହିତ ପୂଜାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ହେଲେ ରୋହିତ ପ୍ରଶ୍ନକୁ ଏଡାଇ ଯାଇଥିଲେ । କାରଣ ସେ ବି ଜାଣିସାରିଥିଲେ ଏ ସରକାର ଚାଷୀଙ୍କ ସହ କେମିତି ଖେଳିଛି ଖେଳ ।
 

Sponsored
Farmer Problem | Argus English