Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏକ ବର୍ଷ ହେଲା ଓଭରହେଡ ଟାଙ୍କି ଅଚଳ: ପାଣି ପାଇଁ ଲୋକେ ହନ୍ତସନ୍ତ

Odisha

ଏକ ବର୍ଷ ହେଲା ଓଭରହେଡ ଟାଙ୍କି ଅଚଳ: ପାଣି ପାଇଁ ଲୋକେ ହନ୍ତସନ୍ତ

Ritu Das
Browse all articles by Ritu Das
·2 years ago·2 min read
ଏକ ବର୍ଷ ହେଲା ଓଭରହେଡ ଟାଙ୍କି ଅଚଳ: ପାଣି ପାଇଁ ଲୋକେ ହନ୍ତସନ୍ତ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲା କଣିହାଁ ବ୍ଲକ ଦୁର୍ଗାପୁରୁ ଗ୍ରାମରେ ପାଣି ପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଗ୍ରାମରେ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ଟ୍ରାନ୍ସଫର୍ମର ଓ ପମ୍ପ ମଟର ଜଳି ଯାଇଥିବା ସହ ବିଦ୍ୟୁତ ବିଲ୍ ନ  ଦେବାରୁ ପ୍ରକଳ୍ପ ଏକ ବର୍ଷ ହେବ ଆରମ୍ଭ ହୋଇଛି ସତ କିନ୍ତୁ ସମ୍ପୂର୍ଣ୍ଣ ନ ହୋଇ ଅଚଳ ହେବାରୁ ଲୋକେ ପାଣି ପାଉନାହାନ୍ତି। ୩ବର୍ଷ ହେଲା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ବସୁଧା  ଯୋଜନା ମାଧ୍ୟମରେ  ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ  ଦୁର୍ଗାପୁର ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ଓଭରହେଡ ପାଣିଟାଙ୍କି କରି ପାଣି ଯୋଗାଇ ଦେବା ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। 

୭୦ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ ପାଇଁ ଖଣିଜ ପାଣ୍ଠିରୁ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି । ଏବଂ ଗ୍ରାମର ୩ ଶହ ପରିବାରଙ୍କ ଘରକୁ ପାଇପ ମଧ୍ୟ ସଂଯୋଗ କରାଯାଇଛି। କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କିଛି ଦିନ ଅଧାପନ୍ତରିଆ ଭାବେ ଚାଲିଥବା ବେଳେ ଆଜିକୁ ପ୍ରାୟ ଏକ ବର୍ଷ ହେବ ସମ୍ପୂର୍ଣ୍ଣ ପାଣି ଆସୁନଥିବାରୁ  ଲୋକଙ୍କ ଘରେ ପାଣି ପାଇପ୍  ଟ୍ୟାପ୍ ଭାଙ୍ଗିପଡି ଥିବା ଦେଖିବାକୁ ମିଳିଛି। ଏବେ ଖରା ଦିନ ନ ଆସିବା ବେଳେ ମଧ୍ୟ ଗ୍ରାମରେ ଜଳ କଷ୍ଟ ଦେଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପାନୀୟ ଜଳ ବିଭାଗ ଯନ୍ତ୍ରୀ ଓ ହେଲପ୍ ଲାଇନକୁ ବାରମ୍ବାର ଅଭିଯୋଗ ପରେ କର୍ଣ୍ଣପାତ କରୁ ନ ଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଲୋକେ କରିଛନ୍ତି । ତୁରନ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଚାଲୁକରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଏ ସମ୍ପର୍କରେ ଅନୁଗୋଳ ଜିଲ୍ଲାପାଳ ସିର୍ଦ୍ଧାର୍ଥ ସଙ୍କର ସ୍ବାଇଁ କହିଛନ୍ତି ଯେ , ଯଦି ଭିତ୍ତିଭୂମି ରହିଛି ତାହେଲେ ତୁରନ୍ତ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ। ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଚାଲୁକରି ଦୁର୍ଗାପୁର ଗ୍ରାମବାସୀଙ୍କୁ କେବେ ପାଣି ଯୋଗାଇବ ପ୍ରଶାସନ ତାକୁହିଁ ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Overhead tank | Argus English