Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୯ବର୍ଷରେ ତିନିଥର ଘୋଷଣା ପରେ ଶୁଭାରମ୍ଭ ହେଲା ଆମ ବ୍ୟାଙ୍କ ସେବା

Odisha

୯ବର୍ଷରେ ତିନିଥର ଘୋଷଣା ପରେ ଶୁଭାରମ୍ଭ ହେଲା ଆମ ବ୍ୟାଙ୍କ ସେବା

Ritu Das
Browse all articles by Ritu Das
·2 years ago·2 min read
୯ବର୍ଷରେ ତିନିଥର ଘୋଷଣା ପରେ ଶୁଭାରମ୍ଭ ହେଲା ଆମ ବ୍ୟାଙ୍କ ସେବା

ଅର୍ଗସ ବ୍ୟୁରୋ: ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା। ରାଜ୍ୟରେ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ। ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ଆଜି ଐତିହାସିକ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ।  ତେବେ ଆମ ବ୍ୟାଙ୍କ ସେବା ବଡ ପ୍ରଚାରକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ।

2014, 2016 ଓ 2018ରେ ସରକାର କହିଥିବା ପଞ୍ଚାୟତରେ ବ୍ୟାଙ୍କ ସେବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟବଂଶୀ। ସେହିପରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ୟାଙ୍କ ଓ ଆର୍ଥିକ ସେବା ପହଞ୍ଚାଇବା ପାଇଁ ୨୦୧୭ରେ   ଓଡ଼ିଶା ଜୀବିକା ମିସନ- ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହ  କରିଥିବା ବୁଝାମଣା କୁଆଡେ ଗଲା ବୋଲି ବି ସେ ପ୍ରଶ୍ନ କରିଛନ୍ତି।  ମୋଦି   ସରକାରରେ ଓଡ଼ିଶାରେ ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ  ଅନେକ ପରିବର୍ତ୍ତନ ହୋଇଛି ।  ୨୦୧୪ ରେ  ଓଡ଼ିଶାରେ ଥିଲା   ୪୩୩୮ଟି ବ୍ୟାଙ୍କ ଶାଖା। 9 ବର୍ଷ ଭିତରେ ଏହା ବଢି ୬,୦୬୦ରେ ପହଞ୍ଚିଛି । ୭,୩୮୦ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଦ୍ଵାରା ଲୋକଙ୍କୁ ମିଳିଛି ବ୍ୟାଙ୍କ ଓ ଆର୍ଥିକ ସେବା ଯୋଗାଇ ଦେବାର ବ୍ୟବସ୍ଥା। 

୭,୬୨୭ଟି ଏଟିଏମ ତଥା ଡିଜିଟାଲ ବ୍ୟାଙ୍କିଙ୍ଗ୍, ମୋବାଇଲ ବ୍ୟାଙ୍କିଙ୍ଗ୍ ସହ ମୋଟ ୪୮,୯୨୩ ଜଣ "ବ୍ୟାଙ୍କ ମିତ୍ର"ଙ୍କ ଦ୍ବାରା ଓଡ଼ିଶାର କୋଣ ଅନୁକୋଣରେ ବ୍ୟାଙ୍କ ସେବା ପହଞ୍ଚାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ରାଜ୍ୟରେ ମୋଟ ୨କୋଟି 81 ହଜାରରୁ  ଅଧିକ ବ୍ୟାଙ୍କ ଖାତା ଖୋଲାଯିବା ଦ୍ୱାରା ଗରିବ ଶ୍ରେଣୀର ଲୋକେ ୯୨୯୦ କୋଟି ଟଙ୍କା ସଞ୍ଚୟ କରିଛନ୍ତି।  ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଗରିବ, ଚାଷୀ, ମହିଳା, ବଞ୍ଚିତ ବର୍ଗର ଲୋକ  ସଶକ୍ତ ହେବାର ବାଟ।
ତେବେ ଏସବୁ ଭିତରେ ନିର୍ବାଚନ ପୂର୍ବରୁ  ରାଜ୍ୟ ସରକାରଙ୍କ ଆମ ବ୍ୟାଙ୍କ ସେବା ଲଲିପପ  ହେବ ନି ତ। ଯୁବ ବାହିନୀ ଭଳି ନିର୍ବାଚନ ପରେ ଏହା ସମାଧି ନେବ ନି ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
Our bank service | Argus English