Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ଏକ ବାଘ ଆତଙ୍କ

Odisha

ପୁଣି ଏକ ବାଘ ଆତଙ୍କ

Smruti Parija
Browse all articles by Smruti Parija
·2 years ago·1 min read
ପୁଣି ଏକ ବାଘ ଆତଙ୍କ

ନୂଆପଡା: ନନ୍ଦନକାନନ ଯିବ ରକ୍ତମୁଖା ମଣିଷ ଖିଆ କଲରାପତରିଆ ବାଘ । ବନବିଭାଗ ଦ୍ଵାରା କାବୁ ହୋଇଥିବା ବାଘ ନନ୍ଦନକାନନ ଯିବ ବୋଲି ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ଉପନିର୍ଦେଶକ ଏବଂ ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶିଲ ତ୍ରିପାଠୀ । ତେବେ ଏହାରି ଭିତରେ ଲୋକଙ୍କୁ ଟିକେ ଆସ୍ୱସ୍ତି ମିଳିଥିବାବେଳେ ପୁଣି ଏକ ବାଘ ଆତଙ୍କ ଦେଖିବାକୁ ମିଳିଛି । 

5 ଦିନ ଧରି ଆତଙ୍କ ଖେଳାଇଥିଲା ରକ୍ତମୁଖା ମଣିଷଖିଆ ବାଘ

କୋଦୋପାଲି ଗାଁ ରୁ ଗୋଟିଏ ବାଘ କୁ କାବୁ କରିଥିବାବେଳେ ବର୍ତ୍ତମାନ ସେହି ଗାଁ ନିକଟରେ ପୁଣି ଦେଖା ଦେଇଛି ଆଉ ଏକ ବାଘ । ବାଘକୁ ଦେଖି ଗାଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଅଧିକ ତଦନ୍ତ କରିବା ସହ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । 

୫ଦିନ ପରେ ବାଘକୁ କାବୁ କରିଛି ବନବିଭାଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ କାବୁ ହୋଇଥିବା ବାଘର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବାବେଳେ ବାଘକୁ ଖାଇବାକୁ ଦିଆଯାଇଛି । ଏବଂ ବାଘଟି ନନ୍ଦନକାନନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । ପାଞ୍ଚ ଦିନ ହେବ ନୂଆପଡ଼ା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲା ଏହି କଲରାପତରିଆ ବାଘ । 

ଗୋଧସପଡ଼ାର ଗୋଟିଏ ନାବାଳକକୁ ଘର ଅଗଣାରୁ ଟେକି ନେଇ ଶିକାର କରିଥିଲା । ପରେ ଜଣେ ଧରମବନ୍ଧା ପଞ୍ଚାୟତ କୋଦୋପାଳି ଗାଁର ମହିଳାକୁ ଶିକାର କରିଥିଲା । ସେହିପରି କିଛି ଘଣ୍ଟା ପରେ ଆଠ ବର୍ଷର ପୁଅକୁ ମଧ୍ୟ ଟେକି ନେଇଥିଲା ବାଘ । 

ଶନିବାର ବିଳମ୍ବିତ ରାତିରେ ବନବିଭାଗର ଏକ ଟିମ୍ ଗାଁ କୁ ଯାଇ ବାଘଟିକୁ କାବୁ କରିଥିଲେ । ବର୍ତ୍ତମାନ ବାଘ ସୁସ୍ଥ ଥିବାବେଳେ ନନ୍ଦନକାନନକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି  ପ୍ରାଣୀ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ ପାର୍ଥସାରଥୀ ଦୋରା । 


 

Sponsored
one-more-tiger-terror-in-nuapada | Argus English