Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରାନ୍ସପୋର୍ଟ କମ୍ପାନୀର ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର ଦେଉଛନ୍ତି ବିଶାଲ !

Odisha

ଟ୍ରାନ୍ସପୋର୍ଟ କମ୍ପାନୀର ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର ଦେଉଛନ୍ତି ବିଶାଲ !

Smruti Parija
Browse all articles by Smruti Parija
·2 years ago·1 min read
ଟ୍ରାନ୍ସପୋର୍ଟ କମ୍ପାନୀର ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର ଦେଉଛନ୍ତି ବିଶାଲ !

ଝାରସୁଗୁଡା:  ପୁଣି ବିବାଦରେ ସ୍ୱର୍ଗତ ନବ ଦାସଙ୍କ ପରିବାର । ଭୁବନେଶ୍ବରରେ ରେଞ୍ଜରୋଭର୍ ଗାଡ଼ି ଦୁର୍ଘଟଣାରେ ବିବାଦକୁ ଆସିଥିଲେ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ । ଆଉ ଏବେ ତାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀର ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଇଥିବାର ଅଭିଯୋଗ ଆସିଛି । ସବୁଠୁ ବଡ଼କଥା ହେଉଛି ବିଶାଲଙ୍କ ଭଉଣୀ ତଥା ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଡ୍ରାଇଭର ସଂଘର ଉପଦେଷ୍ଟା କରାଯାଇଥିଲା ।

`ଧନୀ ଲୋକ, କିନ୍ତୁ ମନ ଛୋଟ' 

ତାପସ ପାଣିଗ୍ରାହୀଙ୍କ ମାଲିକାନାରେ ଥିବା କଲ୍ୟାଣୀ ଟ୍ରାନ୍ସପୋର୍ଟ କମ୍ପାନୀ ଝାରସୁଗୁଡ଼ା ବିଧାୟିକ ଓ ତାଙ୍କ ଭାଇଙ୍କ ପୃଷ୍ଠପୋଷକତାରେ ଚାଲିଥାଏ ବୋଲି ଅଭିଯୋଗ ହୋଇଛି । ତେବେ ସମ୍ପୃକ୍ତ କମ୍ପାନୀର ଏକ ଡ୍ରାଇଭର ଆଉ ଦୁଇ ଟ୍ରିପ ପାଉଁଶ ବୋହିବାକୁ ମନା କରିଦେବା ପରେ ତାଙ୍କୁ କମ୍ପାନୀର ମାଲିକ ଲୋକ ଲଗାଇ ମାଡ଼ ମାରିଥିବା ସେ ନିଜେ ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ ତାଙ୍କନ ନାଁରେ ମିଛ ମାମଲା କରି ତାଙ୍କୁ ଫସାଯାଉଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
one-more-allegation-against-Vishal-das-he- is abusing the driver of the transport company | Argus English