|
logo
Live

Argus News - ଡଙ୍ଗାବୁଡି ଘଟଣାରେ ଜଣେ ମୃତ, 4 ଏବେ ବି ନିଖୋଜ

Odisha

ଡଙ୍ଗାବୁଡି ଘଟଣାରେ ଜଣେ ମୃତ, 4 ଏବେ ବି ନିଖୋଜ

Smruti Parija
Browse all articles by Smruti Parija
·2 years ago·1 min read
ଡଙ୍ଗାବୁଡି ଘଟଣାରେ ଜଣେ ମୃତ, 4 ଏବେ ବି ନିଖୋଜ

କୋରାପୁଟ: କୋରାପୁଟ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନସିଂ  ନଦୀ ଘାଟରେ ଡ଼ଙ୍ଗା ବୁଡିଘଟଣାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏବେ ବି 4 ଜଣ ନିଖୋଜ ଥିବାବେଳେ ସମସ୍ତଙ୍କ ଖୋଜା ଜାରି ରହିଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ତାନସିଂ ଗ୍ରାମର 50 ବର୍ଷୀୟ ଲାଲମଣି ଶିଷା ବୋଲି ସୂଚନା ମିଳିଛି । 

ସମସ୍ତ ମହିଳା ବୁଧବାର ପଡୋଶୀ ଆନ୍ଧ୍ରରେ ଥିବା ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସନ୍ଧ୍ୟାରେ ଫେରୁଥିବା ବେଳେ ନଦୀ ଘାଟରେ ଏକ ଦେଶୀ ଡ଼ଙ୍ଗାନେଇ 3 ନାବାଳିକା ଏବଂ ଦୁଇ ମହିଳା ପାତାଳି  ନଦୀରେ ନିଜେ ଡଙ୍ଗା ଚଳାଇ ଫେରୁଥିଲେ । ମଝି ନଈରେ ଡ଼ଙ୍ଗା ବୁଡି ସମସ୍ତେ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ଅପରାହ୍ନ ସମୟରେ ଜଣେ ଗ୍ରାମବାସୀ ନଦୀ ମଝିରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ଅନ୍ୟ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଯେଉଁ ମହିଳାମାନେ ଆନ୍ଧ୍ରର ବଡେଲା ଯାଇଥିଲେ ସେମାନେ ଘରକୁ ଫେରିନଥିବାରୁ ସନ୍ଧେହ ବଢିଯାଇଥିଲା ।

ପାଡୁଆ ପୋଲିସକୁ ଖବର ଦେବାପରେ ଗୁରୁବାର ଘଟଣାସ୍ଥଳରେ କୋରାପୁଟ ଓଡ୍ରାଫ ଟିମ୍  ନନ୍ଦପୁର ତହସିଲଦାର ଏବଂ ପାଡୁଆ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ 4 ଜଣ ନିଖୋଜ ଅଛନ୍ତି । ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଡଙ୍ଗାବୁଡି ଘଟଣାରେ ଜଣେ ମୃତ, 4 ଏବେ ବି ନିଖୋଜ | Argus English