Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଭୟଙ୍କର ଦୁର୍ଘଟଣା 

Odisha

 ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଭୟଙ୍କର ଦୁର୍ଘଟଣା 

Manini Pattanayak
Browse all articles by Manini Pattanayak
·2 years ago·2 min read
 ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଭୟଙ୍କର ଦୁର୍ଘଟଣା 

 ସୁବର୍ଣ୍ଣପୁର: ଗୋଟିଏ ପଟେ ଚାଲିଛି ସଡକ ସୁରକ୍ଷା ସପ୍ତାହ । ଅନ୍ୟପଟେ ରାସ୍ତା ଉପରେ ଯାଉଛି ମୁଲ୍ୟବାନ ଜୀବନ । ଅଭିଜ୍ଞ ଟ୍ରାଫିକ ପୋଲିସଙ୍କ ଅଭାବ ଅବା  ସଚେତନାତାର ଅଭାଯୋଗୁ  ଘଟୁଛି ଭୟଙ୍କର  ଦୁର୍ଘଟଣା ଆଉ ଛିନ ଭିନ ହୋଇଯାଉଛି ପରିବାର । ଗତକାଲି ସୁବର୍ଣ୍ଣପୁର ବ୍ଲକ ଛକରେ ହାଇୱା ଚାପାରେ ବାପ ପୁଅଙ୍କ ମୃତ୍ୟୁ  ଘଟିଥିଲା ।  ଏକା ସାଙ୍ଗେ ଚାପି ଦେଇଥିଲା ଭାରି ଜାନ। କ୍ଷଣିକ ଭିତରେ ଚାଲିଯାଇଛି ବାପ ପୁଅଙ୍କ ଜୀବନ  । ନିଶ୍ୱ ହେଲା ପରିବାର।  ପୁଅକୁ ଟିଉସନରୁ ନେଇ ସ୍କୁଟିରେ ଘରକୁ ଫେରୁଥୀବାବେଳେ ଟ୍ରାଫିକ ଛକରେ  ଏପରି ଘଟିଥିଲା ଅଘଟଣ। ବାପା ରାଜକୁମାର ମହାକୁର ଓ ୧୬ ବର୍ଷର ପୁଅଙ୍କ ଜୀବନ ଅକାରଣରେ ଚାଲିଗଲା । ଏ ଘଟଣା ପରେ   ତାତିଥିଲେ ଜନସାଧାରଣ।   ଟ୍ରାଫିକର ଘୋର ସମସ୍ୟାର  ସମାଧାନ ପାଇଁ ଦାବି  ଲୋଙ୍କ ଦାବି ତିବ୍ର ହେଉଛି।

 ଘଟଣା ସ୍ଥଳରେ ଚାପା ଉତେଜନା ସହ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ଉତେଜିତ ଲୋକ । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ହେଁ ଟ୍ରାଫିକ ଅବ୍ୟବସ୍ଥା ଓ ପରିଚାଳନା ଗତ ତୃଟିକୁ ସୁଧାର କରିବାରେ ପ୍ରଶାସନ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସୁବର୍ଣ୍ଣପୁର ସହରରେ ଛୋଟ ବଡ କରି ରହିଛି ମାତ୍ର ୬ଟି ଛକ । ସହର ଦେଇ ଯାଇଛି ୫୭ ନଂ ଜାତୀୟ ରାଜପଥ । ଦିନକୁ ଦିନ ଗାଡି ମଟର ସଂଖ୍ୟା ବଢୁଥିବାବେଳେ ସୁଧୁରୁନି ଟ୍ରାଫିକ ସମସ୍ୟା । କେବଳ ଜନ ଗହଳି ପୁର୍ଣ୍ଣ ବ୍ଲକ ଛକରେ ରହିଛି ଟ୍ରାଫିକ ସିଗନାଲ । ହେଲେ ଟ୍ରାଫିକ ପରିଚାଳନ ତୃଟି ଯୋଗୁଁ ଏଠାରେ ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ଏ ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ସହ ତୁରନ୍ତ ସମାଧାନ ପାଇଁ ପ୍ରୟାସ କରିବାକୁ ସାଧାରଣରେ ଦାବି ହୋଇଛି । ତେବେ ସାରା ଜିଲ୍ଲାରେ ୨୦୨୩ ମସିହାରେ ୮୪ ଟି ଦୁର୍ଘଟଣା ଘଟିଥିବାବେଳେ ୫୪ ଜଣ ପ୍ରାଣ ହରାଇଛନ୍ତି । ଏନେଇ ଉଭୟ ପରିବହନ ବିଭାଗ ଓ ପୋଲିସ ବିଭାଗକୁ ଦାୟି କରିଛନ୍ତି ବୁଦ୍ଧିଜିବୀ । ଅପରପକ୍ଷରେ ଟ୍ରାଫିକ ସମସ୍ୟାର ସମାଧାନ ସହ ବ୍ୟବସ୍ଥାର ସୁଧାର ଓ ଦୁର୍ଘଟଣା ଘଟାଇଥୀବା ଗାଡି ଚାଳକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷି ଅଧିକ୍ଷକ ଓ ଜିଲ୍ଲାପାଳ ।  ଗୋଟିଏ ପଟେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସଡକ ସୁରକ୍ଷା ସପ୍ତାହ ପାଳିତ କରାଯାଉଛି । ଏପଟେ ପରିଚାଳନା ଗତ ତୃଟି ପାଇଁ ଯାଉଛି ମୁଲ୍ୟବାନ ଜୀବନ । ଏଥି ପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

Sponsored
On the one hand, the road safety week is going on. On the other hand, precious lives are going on the road. | Argus English